ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ରାଇରଙ୍ଗପୁର – ବିଜାତଳା ରାଜ୍ୟ ରାଜପଥ ଲୁହାକାନିଠାରେ ଦୁଇ ବାଇକ୍ ମୁହାଁମୁହିଁ ହେବା ଫଳରେ ଜଣେ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ କୁସୁମି ବ୍ଳକର ଵଣକାଟି ଗ୍ରାମର ଯୁବକମାନେ ବିଶୋଇ ଅଂଚଳର କେଶର ଗଡିଆ । ଫୁଟବଲ ଖେଳିବାକୁ ଯାଇ ଫେରୁଥିବା ବେଳେ ଲୁହାକାନିଠାରେ ଦୁର୍ଘଟଣାର ଶିକାର ହୋଇଥିଲେ । ଫୁଟବଲ ଖେଳାଳୀ ସାଉଁନା ଟୁଡୁ ରାସ୍ତାରେ ପଡି ଲହୁଲୁହାଣ ହୋଇଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଖି ପାଖରେ ବହୁତ ବଡ଼ କ୍ଷତ ହୋଇଥିବା ସୂଚନା ରହିଛି ।