ରାଜଧାନୀକୁ ଅପରାଧ ମୁକ୍ତ କରିବା ପାଇଁ ବ୍ୟାପକ ହେଲା ସେଫ୍ ସିଟି ଡ୍ରାଇଭ; ଜୋରଦାର ହେବ ଚେକିଂ ଓ ବ୍ଲକିଙ୍ଗ

ଭୁବନେଶ୍ୱର: ସହରର ବିଭିନ୍ନ ସ୍ଥାନରେ ମାରାଥନ ଚେକିଂ କରୁଛି କମିଶନରେଟ ପୋଲିସ୍ । ରାଜଧାନୀ ଭୁବନେଶ୍ବରରେ ବ୍ୟାପକ ହେଲା ସେଫ୍ ସିଟି ଡ୍ରାଇଭ । ସହରକୁ ଅପରାଧ ମୁକ୍ତ କରିବା ପାଇଁ ଚାଲିଛି ସେଫ୍ ସିଟି ଡ୍ରାଇଭ । ନାଲକୋ ଛକ, ଝାରପଡା, ପୁରୁଣା ଷ୍ଟେସନ ବଜାର, ରବି ଟକିଜ, ୟୁନିଟ ୬ ହସ୍ପିଟାଲ ଛକରେ ଚେକିଂ କରିଛି ପୋଲିସ । ସେହିପରି ରାମମନ୍ଦିର ଛକ, ଷ୍ଟୁଆର୍ଟ ସ୍କୁଲ ଛକ, ଜାଗମରା ଓ କଳିଙ୍ଗ ଷ୍ଟୁଡିଓ ଛକରେ ମାରାଥନ ଚେକିଂ କରିଛି ପୋଲିସ । ବାର୍, ପବରେ ରେଡ ପରେ ଛକ ବଜାରରେ ଚେକିଂ କରିଛି ପୋଲିସ ।

 

ନିଶା ଚାଲାଣ ଓ ଅପରାଧକୁ ରୋକିବା ପାଇଁ ଚେକିଂ ଓ ବ୍ଲକିଙ୍ଗ ଜୋରଦାର କରାଯାଉଛି । । ହୋଟେଲରୁ ଯାତ୍ରୀଙ୍କ ସମ୍ପର୍କରେ ତଥ୍ୟ ନିଆଯାଉଥିବା ବେଳେ କୌଣସି ସନ୍ଦିଗ୍ଧଙ୍କ ସମ୍ପର୍କରେ ସୂଚନା ପାଇଲେ ନିକଟସ୍ଥ ଥାନାକୁ ଜଣାଇବାକୁ କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ତେବେ ଲୋକଙ୍କ ସୁରକ୍ଷାକୁ ନେଇ ଆଗକୁ ମଧ୍ୟ ଏଭଳି ଚେକିଂ ଓ ବ୍ଲକିଙ୍ଗକୁ ବ୍ୟାପକ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।