ଭୁବନେଶ୍ୱର:ମହାନଦୀ ଜଳ ବିବାଦ ପ୍ରସଙ୍ଗ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ କଡା ଆଭିମୁଖ୍ୟ ଗ୍ରହଣ କଲା ବିଜେଡି । ଦଳ ପକ୍ଷରୁ ପ୍ରତିକ୍ରିୟା ରଖି ବିଧାୟକ ଦେବୀ ମିଶ୍ର କହିଛନ୍ତି ଓଡିଶା କାହା ଦୟାର ପାତ୍ର ନୁହେଁ । ଆନ୍ତଃ ରାଜ୍ୟ ନଦୀ ମହାନଦୀରେ ଆମର ହକ୍ ରହିଛି । ତାହା ଆମର ନାର୍ୟ୍ୟ ହକ୍ । ୪୭ ମସିହାରେ ହୋଇଥିବା ନିୟମ ଅନୁଯାୟୀ ଆମର ଦୁଇ ତୃତୀୟଂଶ ଜଳ ପାଇବାର ହକ୍ ରହିଛି । ଲୀନ ପିରିୟଡ଼ ରେ ନଭେମ୍ବର ରୁ ମେ ମଧ୍ୟରେ ୨ ମିଲିୟନ ଏକର ଫୁଟ ଜଳ ଛାଡ଼ିବା ପାଇଁ ଆମ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ଏ ନେଇ ଆମେ ଟ୍ରିବ୍ୟୁନାଲ ରେ ବି ଦରଖାସ୍ତ ଦେଇଛୁ । ଭୁପେଶ ବାଘେଲ ଜାଣିଶୁଣି ଓଡିଶାର ସ୍ୱାର୍ଥ କୁ ପ୍ରତାରିତ କଲା ଭଳି କହୁଛନ୍ତି । ସମସ୍ତ ଆଇନ କାନୁନ ବିଧି ବ୍ୟବସ୍ଥା କୁ ଜଳାଞ୍ଜଳି ଦେଇ ଦେଇଛନ୍ତି । ଆନ୍ତଃ ରାଜ୍ୟ ନଦୀ ରେ ଓଡ଼ିଶାର ହକ୍ ନାହିଁ ବୋଲି ସେ କେମିତି କହୁଛନ୍ତି । କେନ୍ଦ୍ରର ଦାୟିତ୍ୱ ରହିଛି ଏହି ମାମଲାର ସମାଧାନ କରିବା କଥା କିନ୍ତୁ କେନ୍ଦ୍ର ମନ୍ତ୍ରୀ ଯେଉଁ ଭଳି କହୁଛନ୍ତି ଛତିଶଗଡ଼ ୨ ହାଜର ଏକର ଭିତରେ କରି ପାରିବ କିଛି ବେଆଇନ ହୋଇନି ତାହା ଦୁର୍ଭାଗ୍ୟଜନକ ।