ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ବକ୍ସର ଜୈସମିନ୍ ଲାମ୍ବୋରିଆ ଏବଂ ପ୍ରୀତି ପାୱାର ଯଥାକ୍ରମେ ମହିଳା ୫୭ କିଲୋଗ୍ରାମ ଏବଂ ମହିଳା ୫୪ କିଲୋଗ୍ରାମ ଫାଇନାଲ ମୁକାବିଲାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପ୍ରୀତି ମହିଳା 54 କିଲୋଗ୍ରାମରେ କାନାଡାର ସ୍କାରଲେଟ୍ ଡେଲଗାଡୋଙ୍କୁ 5-0ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ପୂର୍ବ ବିଶ୍ୱ ଚାମ୍ପିଅନ୍ ଜୈସମିନ୍ ଉତ୍ତର ଆୟର୍ଲାଣ୍ଡର ଡିଫେଣ୍ଡିଂ ଚାମ୍ପିଅନ୍ ମାଇକେଲା ୱାଲ୍ସଙ୍କୁ ପରାସ୍ତ କରି ସମାନ ସ୍କୋରରେ ହଳଦିଆ ଧାତୁ ଜିତିଥିଲେ।