ସ୍ୱାମୀଙ୍କ ବାଇକରୁ ପଡ଼ି ସ୍ତ୍ରୀ ମୃତ

ପାଟଣାଗଡ଼ /ଜଗନ୍ନାଥ ଧରୁଆ: ବଲାଙ୍ଗୀର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଘରକୁ ଫେରୁ୍ଥିବା ବେଳେ ସ୍ୱାମୀଙ୍କ ଗାଡ଼ିରୁ ପଡି ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ପାଟଣାଗଡ଼ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସୁନାମୁଦି ଗ୍ରାମର ଦେବବ୍ରତ ସାହୁଙ୍କ ନିଜ ବାଇକରେ ନିଜ ସ୍ତ୍ରୀ ସଂଗୀତାକୁ ଧରି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ହସପିଟାଲ କୁ ଚିକିତ୍ସା ପାଇଁ ଯାଇ ଥିଲେ । କାମ ସାରି ନିଜ ଗ୍ରାମ ସୁନାମୁଦି କୁ ଫେରିବା ବାଟରେ ସରମୁହାଣ ନିକଟ ବ୍ରିଜ୍ ପାଖରେ ବାଇକରୁ ଖସି ଯାଇ ଘଟଣା ସ୍ଥଳରେ ସ୍ତ୍ରୀ ସଂଗୀତାଙ୍କ ମୃତ୍ୟୁ ହୋଇ ଯାଇଥିଲା ପରେ ପରିବାର ଲୋକେ ଖବର ପାଇ ପାଟଣାଗଡ଼ ଥାନା କୁ ଖବର ଦେବାରୁ ପାଟଣାଗଡ଼ ପୋଲିସ ପହଞ୍ଚି ମୃତ ଶବକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।