ଖୋର୍ଦ୍ଧା ଡିଇଓଙ୍କ ନିର୍ଦ୍ଦେଶ,ବିନା ୟୁନିଫର୍ମରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍କୁଲ ଆସିଲେ ନିଆଯିବ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ୱର: ବିନା ୟୁନିଫର୍ମରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍କୁଲ ଆସିଲେ ନିଆଯିବ କାର୍ଯ୍ୟନୁଷ୍ଠାନ । ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଡିଇଓ । ଏହାସହିତ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ କୈାଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ । ତଥାପି କଡା ଚେତାବନୀ ଦିଆଯାଇଛି । କିନ୍ତ ବ୍ଲକ ଶିକ୍ଷାଧିକାରୀ ମାନେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେପଟେ ଏହି ନିର୍ଦ୍ଦେଶନାମା ଜାରି ହେବା ପରେ ଅସନ୍ତୋଷ ବଢୁଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ କେତେ ଜଣ ବିଇଓ ଶିକ୍ଷକ ମାନଙ୍କୁ କାରଣ ର୍ଦଶାଅ ନୋଟିସ ଜାରି କରାଯାଇଛି । ଏବଂ କାର୍ଯ୍ୟାନୁଷ୍ଠାନ ନେଇ ତତ୍ପରତା ପ୍ରକାଶ କରିଛନ୍ତୋ । ତେବେ ରାଜ୍ୟ ସରକାରଙ୍କ ଅପିଲ ପରେ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅପଲିକୁ ମାନୁନଥିବା ଦେଖି ଡିଇଓ ନିୟମ ପାଳନ କରିବାକୁ କହିଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ବିଇଓ । ସୂଚନାମୁତାବକ,୩ ଦଫା ଦାବି ପୂରଣ ନେଇ ପ୍ରାଥମିକ ଶିକ୍ଷି ଶିକ୍ଷୟତ୍ରୀ ଡ୍ରେସକୋର୍ଡ ବର୍ଜନ କରିଛନ୍ତି । ଅନେକ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିନା ୟୁନିଫର୍ମରେ ସ୍କୁଲ ଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଜଟଣୀ ବ୍ଲକ ବିଇଓ ଜାରି କରିଥିବା ଏକ ନିର୍ଦ୍ଦେଶନାମାରେ କହିଛନ୍ତି ଯେ, ମାର୍ଚ୍ଚ ୨୩ରେ ଖୋର୍ଦ୍ଧା ଜିଲ୍ଲା ଡିଇଓ ଜଟଣୀ ବ୍ଲକର ବିଭିନ୍ନ ସ୍କୁଲ ପରିଦଶନ କରିଥିଲେ । ଏଡି ସମୟରେ କେତେକ ଶିକ୍ଷକ ଶିକ୍ଷୟିତ୍ରୀ ବିନା ୟୁନିଫର୍ମରେ ସ୍କୁଲକୁ ଆସିଥିଲେ । ଏନେଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବିନା ୟୁନିଫର୍ମରେ ସ୍କୁଲ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।