ସହିଦ ଦିବସରେ ଭାରତର ବୀରଙ୍କୁ ସଲାମ

ଭୁବନେଶ୍ୱର: ଭାରତରରେ ସହିଦଙ୍କ ସମ୍ମାନ ଏବଂ ଦେଶ ପାଇଁ ଦିଆଯାଇଥିବା ବଳିଦାନକୁ ମନେରଖିବା ପାଇଁ ପ୍ରତିବର୍ଷ ସହିଦ ଦିବସ ପାଳନ କରାଯାଏ । ଆଜି ହେଉଛି ସହିଦ ଦିବସ । ଏହି ଦିବସରେ ଭାରତର ଗର୍ବ ଏବଂ ସ୍ୱାଧୀନତା ପାଇଁ ଯୁଦ୍ଧ କରିଥିବା ଭଗତ ସିଂ ଏବଂ ତାଙ୍କ ସାଥୀ ରାଜଗୁରୁ ଓ ସୁଖଦେବଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯ।।ଏ । ସହିଦ ଦିବସ ଦେଶ ପାଇଁ ଏକ ବିଶେଷ ଏବଂ ଭାବପ୍ରବଣ ଦିନ । ଆଜିର ଦିନ ମାର୍ଚ୍ଚ ୨୩ରେ ଭାରତର ସୁପୁତ୍ର ସହିଦ ଭଗତ ସିଂ, ସୁଖଦେବ ଏବଂ ରାଜଗୁରୁ ହସି ହସି ଫାସିରେ ଝୁଲି ପଡିଥିଲେ । ତାଙ୍କ ବଳିଦାନକୁ ଦେଶର ପ୍ରତ୍ୟେକ ନାଗରିକ ହୃଦୟରୁ ସଲାମ କରନ୍ତି ।ମାର୍ଚ୍ଚ ୨୩ ରେ ଏହି ୩ ସ୍ୱାଧୀନତା ସଂଗ୍ରାମୀଙ୍କୁ ବ୍ରିଟିଶମାନଙ୍କ ଦ୍ୱାରା ଫାଶୀ ଦିଆଯାଇଥିଲା। ଅଳ୍ପ ବୟସରେ ଏହି ବୀରମାନେ ଦେଶର ସ୍ୱାଧୀନତା ପାଇଁ ଯୁଦ୍ଧ କଲେ ଏବଂ ସେମାନଙ୍କ ପ୍ରାଣର ଆହୁତ ଦେଲେ । ତାଙ୍କର ବିପ୍ଳବ ଏବଂ ଉତ୍ସାହ ଆଜି ଯୁବ ପିଢ଼ିଙ୍କ ଶିରା ପ୍ରଶିରାରେ ପ୍ରବାହିତ ହୁଏ । ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଭାରତ ପ୍ରତିବର୍ଷ ମାର୍ଚ୍ଚ ୨୩କୁ ସହିଦ ଦିବସ ଭାବେ ପାଳନ କରୁଛି । ଆଜି ସହିଦ ଦିବସ ଅବସରରେ ଦେଶର ସ୍ଵାଧିନତା ପାଇଁ ପ୍ରାଣବଳି ଦେଇଥିବା କ୍ରାନ୍ତିକାରୀ ଦେଶଭକ୍ତ, ତଥା ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ଅଗ୍ରଦୂତ ମହାନ ବିପ୍ଳବୀ ସୁଖଦେବ,ଭଗତ ସିଂହ, ରାଜଗୁରୁଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି । ଭାରତମାତାର ଏହି ପରାକ୍ରମୀ ସନ୍ତାନଙ୍କର ସ୍ଵାଧୀନତା ଆନ୍ଦୋଳନ ପାଇଁ ତ୍ୟାଗ, ସଂଘର୍ଷ ଏବଂ ବଳିଦାନ ଦେଶର ଯୁବ ପିଢିଙ୍କୁ ସର୍ବଦା ପ୍ରେରଣା ଓ ଉତ୍ସାହ ଯୋଗାଉଥିବ ।