ଭୁବନେଶ୍ୱର:ଶୂନ୍ୟକାଳରେ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । କହିଲେ ଓଡିଶାକୁ ପୁଞ୍ଜି ନିବେଶ ଆସିଥିବା ନେଇ ଆଇନଶୃଙ୍ଖଳା ଠିକ ଥିବା ମୁଖ୍ୟମନ୍ତ୍ରୀ କହିଲେ । ତେବେ କଣ ରାଜ୍ୟ ସରକାରଙ୍କ ଶେତ୍ୱ ପତ୍ର ଭୁଲ କି । ଶେତ୍ୱ ପତ୍ର ରେ ଯାହା ତଥ୍ୟ ରାଜ୍ୟ ସରକାର ଦେଇଛନ୍ତି ତାହା କଣ ଆଇନଶୃଙ୍ଖଳା ପରିସ୍ଥିତି କୁ ଦର୍ଶାଉ ନାହିଁ କି । ଶେତ୍ୱ ପତ୍ର ର ତଥ୍ୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଜୟ ନାରାୟଣ । ଗୃହ ବାହାରେ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ସବୁ ମିଛ । ପୋଲିସ କୁ ରାଜନୈତିକ କ୍ଷେତ୍ରରେ ବ୍ୟବହାର କରୁଛି କିଏ । ସେପଟେ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ମୁଖ୍ୟମନ୍ତ୍ରୀ ଗତକାଲି କହିଲେ ଗୋପାଳ କୁ ବିରୋଧୀ ପାଗଳ ଦର୍ଶାଉଛନ୍ତି । 20 ଫେବୃଆରୀ ରେ କ୍ରାଇମବ୍ରାଞ୍ଚ ଯେଉଁ ପ୍ରେସ ରିଲିଜ ଦେଇଥିଲା ସେଥିରେ ଦର୍ଶାଇଛନ୍ତି ଯେ ଗୋପାଳ ର ମାନସିକ ରୋଗ ର ଲଙ୍ଗ ହିଷ୍ଟ୍ରି ରହିଛି । ତାଙ୍କ ସ୍ତ୍ରୀ କହିଲେ ସେ ପାଗଳ ଡାକ୍ତର କହିଲେ ପାଗଳ ଏବଂ ଏପରିକି କ୍ରାଇମବ୍ରାଞ୍ଚ ବି ପାଗଳ କହିଲା । ତେବେ ମୁଖ୍ୟମନ୍ତ୍ରୀ କାହିଁକି ଷ୍ଟେଟମେଣ୍ଟ ଦେଲେ । ମୁଖ୍ୟମନ୍ତ୍ରୀ ଙ୍କ ଏପରି ବିବୃତି ତଦନ୍ତ କୁ ବାଟବଣା କରିବ ।