ନୂଆଦିଲ୍ଲୀ : ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଜେଏନୟୁ ତାର ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ନିୟମ ଲାଗୁକରିଛି। ନୂତନ ନିୟମ ଅନୁଯାୟୀ, କ୍ୟାମ୍ପସରେ ଧାରଣ ଦେଲେ ଏବଂ ହିଂସାକାଣ୍ଡ ପରିସ୍ଥିତି ସୃଷ୍ଟି କଲେ ଛାତ୍ରଛାତ୍ରୀଙ୍କୁ ୨୦,୦୦୦ ଟଙ୍କା ଜରିମାନା ଦେବାକୁ ପଡିବ । କେବଳ ଏତିକି ନୁହେଁ ସେମାନଙ୍କ ଆଡମିଶନ ବାତିଲ ହେବା ସହିତ ୩୦,୦୦୦ ଟଙ୍କା ମଧ୍ୟ ଜୋରିମାନା ଦଣ୍ଡ କାର୍ୟ୍ୟ କରି ହେଇପାରେ । ଜେଏନୟୁ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳାର ପାଠ ଶିଖେଇବା ପାଇଁ ୧୦ପୃଷ୍ଠାର ‘ଅନୁଶାସନ ନିୟମ ଏବଂଉପଯୁକ୍ତ ଆଚରଣ’ ଭଳି ବିଭିନ୍ନ କାର୍ୟ୍ୟ ପାଇଁ ଦଣ୍ଡବିଧାନ ସ୍ଥିର କରିଛି ଜେଏନୟୁ। ଧାରଣା ଏବଂ ଆନ୍ଦୋଳନ ଉପରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏଭଳି କଠୋର ନିୟମ ଆଣଇଛନ୍ତି ।ତେବେ ଏହି ନିୟମକୁ ଫେବୃଆରୀ ୩ ରୁ ଲାଗୁ କରାଯିବ ।ଏହି ନିୟମକୁ ବିଶ୍ୱବିଦ୍ୟାଳୟ ର କାର୍ୟ୍ୟନିର୍ବାହୀ ପରିଷଦ ଅନୁମୋଦନ କରିଛନ୍ତି। ଏବଂ ଏହାକୁ କାର୍ୟ୍ୟକାରୀ କରିବା ପାଇଁ କଡ଼ା ନିର୍ଦ୍ଦେଶ ମଧ୍ୟ ଦିଆ ଯାଇଛି।
ସୂଚନାମୁତାବକ ଜେଏନୟୁ ତାହାର ପାଠ ପଢା ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଅଧିକାଂଶ ସମୟରେ ଧାରଣା ଆଉ ଆନ୍ଦୋଳନ କରିବାରେ ବେଶ ପରିଚିତ। ତେବେ ବାରମ୍ବାର ଏଭଳି କାର୍ୟ୍ୟ କରିବା ଦ୍ୱାରା ଏହା ବିଶ୍ୱ ବିଦ୍ୟାଳୟ ପରିବେଶକୁ ପ୍ରଭାବିତ କରୁଛି । ତେଣୁ ଏହାକୁ ରୋକବା ପାଇଁ ଏଭଳି କଠୋର ନିୟମ ପ୍ରଣୟନ କରାଯାଇଛି । ନିକଟରେ ଗୁଜୁରାଟ ଦଙ୍ଗା ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଜେଏନୟୁରେ ଅନେକ ଉତ୍ତେଜନା ଦେଖାଦେଇଥିଲା। ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଜେଏନୟୁ ରେ ହେଉଥିବା ପ୍ରତ୍ୟକ ଘଟଣା ଦେଶର ଅନ୍ୟ ଶିକ୍ଷାନିଷ୍ଠାନ ଉପରେ ପ୍ରଭାବ ପଡିଥାଏ । ତେଣୁ ଜେଏନୟୁ ବିଶ୍ୱବିଦ୍ୟାଳୟ ପ୍ରଶାସନ ଅଶାନ୍ତ ଜେଏନୟୁକୁ ଶାନ୍ତ କରିବାକୁ ଏଭଳି କଠୋର ନିୟମ ଆଣଇଛନ୍ତି ।