ଭୁବନେଶ୍ୱର : ବାଚସ୍ପତି ପକ୍ଷପାତିତା କରୁଥିବା ଅଭିଯୋଗ କରି କକ୍ଷ ତ୍ୟାଗ କଲେ ପ୍ରଦୀପ ପାଣିଗ୍ରାହୀ | ଗୃହରେ କହିବା ପାଇଁ ସୂଯୋଗ ଦିଆଯାଉନି ବୋଲି କହିଲେ ପ୍ରଦୀପ | ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ନିର୍ଦେଶରେ, ମୋର ବିଧାୟକ ପାଣ୍ଠିକୁ ଖର୍ଚ୍ଚ କରେଇ ନ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିବା ଅଭିଯୋଗ ଆଣିଲେ ପ୍ରଦୀପ ପାଣିଗ୍ରାହୀ |
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଭିଯୋଗ :-
• ବାଚସ୍ପତିଙ୍କ ଓଡିଶାବାସୀଙ୍କ ସ୍ୱାର୍ଥ ସପକ୍ଷରେ ଥିବା ଜଣାପଡ଼ୁନାହିଁ |
• ଜଣେ ସଦସ୍ୟଙ୍କୁ କହିବାକୁ ନ ଦେବା ଗୃହର ଅପମାନ |
• ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ମୋ ନିର୍ବାଚନୀ ଜିଲ୍ଲାରୁ ଆସୁଛନ୍ତି, ମୁଁ ଭାବୁଛି ମୋତେ ପକ୍ଷପତିତା କରାଯାଇ ମୋର ବିଧାୟକ ପାଣ୍ଠିକୁ ଖର୍ଚ୍ଚ କରେଇ ନ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି |
• ଉଦେଶ୍ୟମୂଳକ ଭାବେ ଗୋପାଳପୁର ଉନ୍ନତି କାର୍ଯ୍ୟକ୍ରମ କରେଇ ଦିଆଯାଉ ନାହିଁ |
• ପରିସ୍ଥିତି ଉପରେ ନିର୍ଭର କରୁଛି ଆସନ୍ତାକାଲି ଗୃହରେ ଯୋଗ ଦେବି କି ନାହିଁ |