ଭୁବନେଶ୍ୱର: ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ପୁଣି ଅଚଳ ହୋଇଛି ବିଧାନସଭା। ଆସନ୍ତାକାଲି ୧୦.୩୦ ଯାଏଁ ଗୃହକୁ ମୂଳତବି ରଖିଲେ ବାଚସ୍ପତି | ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ ଗୃହର ମଧ୍ୟଭାଗକୁ ଆସି ବିରୋଧୀ ଦଳର ବିଧାୟକମାନେ ହୋହଲ୍ଲା କରିଛନ୍ତି। ପରେ ଏଭଳି ନିଷ୍ପତି ନେଇଛନ୍ତି ବାଚସ୍ପତି | ତେବେ ଆଜିର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସ ହତ୍ୟା ମାମଲା ସଂକ୍ରାନ୍ତୀୟ ବିବୃତି ଉପସ୍ଥାପନ କରିଛନ୍ତି।
ନିଜ ବିବୃତିରେ ମୁଖ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପରେ ରାଜ୍ୟ ସରକାର ଏହାର ତଦନ୍ତ କ୍ଷେତ୍ରରେ ଏଯାବତ୍ ଗ୍ରହଣ କରିଥିବା ସମସ୍ତ ପଦକ୍ଷେପ ସଂପର୍କରେ ଗୃହକୁ ଅବଗତ କରିଥିଲେ। ଏଥିସହ ଏହି ସ୍ପର୍ଶକାତର ଘଟଣାର ରାଜନୀତୀକରଣ କରାଯାଉଥିବା ନେଇ କ୍ଷୋଭ ପ୍ରକାଶ କରିବା ସହ ବିଜେପି ଉପରେ ବର୍ଷିଥିଲେ। ଏହାରି ଭିତରେ ନିଜ ବିବୃତି ମଧ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ |
ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ସମ୍ବେଦନଶୀଳ ଥିବାରୁ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି। ତଦନ୍ତରେ ଆମେରିକାର FBIର ସହାୟତା ଚାହୁଁଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତର ଆଚରଣ ବିଶ୍ଲେଷଣ କରିବାରେ FBIର ପାରଦର୍ଶିତା ରହିଛି। ଏଣୁ ତଦନ୍ତରେ FBIର ସହାୟତା ଲୋଡାଯାଇଛି |