ଜିଲ୍ଲାପାଳଙ୍କୁ ମିଳିଲା ରାଜ୍ୟ ସ୍ତରୀୟ ଉତ୍କର୍ଷ ଶାସନନୀତି ପୁରସ୍କାର

ମାଲକାନଗିରି : କୃଷିକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲାପାଳ ବିଶାଲ ସିଂଙ୍କୁ ମିଳିଛି ରାଜ୍ୟ ସ୍ତରୀୟ ଉତ୍କର୍ଷ ଶାସନନୀତି ପୁରସ୍କାର। ମାଲକାନଗିରି ଜିଲ୍ଲାରେ କୃଷିକ୍ଷେତ୍ରରେ ଅତି ସୁନ୍ଦର ସଫଳତା ପାଇଁ ତାଙ୍କୁ ରାଜ୍ୟ ସ୍ତରୀୟ ଉତ୍କର୍ଷ ଶାସନନୀତି ପୁରସ୍କାର ମିଳିଛି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରିରେ ପଡ଼ିଆ ପଡିଥିବା ଜମିକୁ ସ୍ୱତନ୍ତ୍ର ମାଇକ୍ରୋ ଇରିଗେସନ ପ୍ରୋଜେକ୍ଟ ମାଧ୍ୟମରେ ଜଳସେଚିତ କରି ସବୁଜ ବିପ୍ଳବ ସୃଷ୍ଟି କରାଯାଉଛି । ଏହା ଦ୍ୱାରା ୬ଟି ଗ୍ରାମର ୩୦୦ ଗରିବ ଚାଷୀ ସେମାନଙ୍କ ଜମିରେ ଦୋ ଫସଲି ଚାଷ କରିଛନ୍ତି । ଯାହା ଫଳରେ ଚାଷୀଙ୍କ ଆର୍ଥିକ ଉନ୍ନତିରେ ବୃଦ୍ଦି ଘଟିଛି । ଜିଲ୍ଲାପାଳ ଶ୍ରୀ ସିଂଙ୍କୁ କୃଷିକ୍ଷେତ୍ରରେ ଅଗ୍ରଗତି ପାଇଁ ରାଜ୍ୟସ୍ତରରେ ଉତ୍କର୍ଷ ଶାସନନୀତି ପୁରସ୍କାର ପ୍ରଦାନ କରାଯାଇଛି।