ଫେବୃଆରୀ ୧ରୁ ଡାକ୍ତରଙ୍କ ଆନ୍ଦୋଳନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପାଖରେ ଓମସା ପକ୍ଷରୁ ରଖାଯାଇଥିବା ବିଭିନ୍ନ ଦାବି ଯଥାଶୀଘ୍ର ପୂରଣ ନହେଲେ ଫେବୃଆରୀ ୧ ତାରିଖରୁ ସମସ୍ତ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ । ପୂର୍ବରୁ ସରକାରଙ୍କ ସହ ଅନେକ ଥର ଆଲୋଚନା ହୋଇଥିବା ବେଳେ ଦାବି ପୁରଣ ଦିଗରେ କୁଆନସୀ ପଦକ୍ଷେପ ନିଆଯାଉନଥିବା ଓମସା ଅଭିଯୋଗ କରିଛି । ଓମସା ପକ୍ଷରୁ ରଖାଯାଇଥିବା ଦାବି ମଧ୍ୟରେ ଡ଼ାକ୍ତରମାନଙ୍କ ଦାବି କେନ୍ଦ୍ରୀୟ ହାରରେ ( ଡିଏସିପି ) ଦରମା ପ୍ରଦାନ । ଚିକିତ୍ସକମାନେ ଓଏମ୍ଏସ୍ କ୍ୟାଡ଼ର ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ ପ୍ରଚଳିତ ଡିଏସିପି ବ୍ୟବସ୍ଥା ଲାଗୁ ହୋଇନାହିଁ । କିନ୍ତୁ ୨୦୧୯ ମସିହାରେ ଆମ ରାଜ୍ୟ ସରକାର ଡିଏସିପି ନାମରେ ୭ , ୧୪ , ୨୧ ବର୍ଷରେ ପ୍ରମୋଶନ ବ୍ୟବସ୍ଥା କରି ଠକି ଦେଇଛନ୍ତି । ସେଥିରେ ଯୁବବର୍ଗ ଓ ଅଭିଜ୍ଞ ଡାକ୍ତରମାନେ ଆଦୌ ଆର୍ଥିକ ଲାଭବାନ ହୋଇପାରୁ ନଥିବାରୁ ସରକାରୀ ଋକିରୀ କରିବାକୁ ଅନାଗ୍ରହ ପ୍ରକାଶ କରୁଛନ୍ତି ଓଏମ୍ଏସ୍ଏସ୍ କ୍ୟାଡ଼ର ଡ଼ାକ୍ତରଙ୍କ ପୁନଃର୍ବିନ୍ୟାସ । ଆଡ଼ହକ ଡ଼ାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ଡ଼ାକ୍ତରଙ୍କ ଅବସର ବୟସ ବୃଦ୍ଧି କରାନଯାଉ । ଏ ସମସ୍ତ ଦାବି ନେଇ ୧୬.୦୧.୨୦୨୩ରିଖ ଠାରୁ ଓମ୍ସା ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପରି ନିଆଯାଇଥିଲା କିନ୍ତୁ ଯେହେତୁ ଜାନୁୟାରୀ ୧୩ ତାରିଖ ଠାରୁ ବିଶ୍ଵ ହକିକପ୍ ଓଡ଼ିଶାରେ ଆୟୋଜନ ହେଉଛି ଏହା ଓଡ଼ିଶାର ଗର୍ବ ଓ ଗୌରବ ହୋଇଥିବାରୁ ଏହାକୁ ସମ୍ମାନ ଜଣାଇ ଆନ୍ଦୋଳନକୁ ସାମୟିକ ଭାବେ ସୁଗିତ କରାଯାଇଛି । ଫେବୃୟାରୀ ୧ ତାରିଖରୁ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବ ବୋଲି ନିଷ୍ପରି ନିଆଯାଇଛି ।