ମିଶନ ଶକ୍ତି ସୁଧ ରିହାତି ପଛରେ ଶ୍ରେୟ କାହାର ? ସାମ୍ବାଦିକ ସମ୍ମିଳନୀ କରି ବିଜେପିର ଟାର୍ଗେଟ

ଭୁବନେଶ୍ୱର : ତେଜିଲା ସୁଧ ଛାଡ଼ ଶ୍ରେୟ ରାଜନୀତି । ମିଶନ ଶକ୍ତି ସୁଧ ରିହାତି ପଛରେ ଶ୍ରେୟ କାହାର ? ସାମ୍ବାଦିକ ସମ୍ମିଳନୀ କରି ବିଜେପିର ଟାର୍ଗେଟ । ମହିଳାଙ୍କୁ ସୁଧ ରିହାତି ପଛରେ ଶ୍ରେୟ କେନ୍ଦ୍ରର । ଗାଁ ଗାଁ, ପଡା ପଡାରେ ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ନେଇ ଜନସଚେତନତା ସୃଷ୍ଟି କରିବ ବିଜେପି ମହିଳା ମୋର୍ଚ୍ଚା ।କେନ୍ଦ୍ର ସରକାରଙ୍କର ଦୀନ ଦୟାଲ ଅନ୍ତୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଆଜୀବିକା ମିଶନରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନାବାର୍ଡ ମାଧ୍ୟମରେ କେନ୍ଦ୍ର ଦେଉଛି ଋଣ । ଓଡିଶା ସମେତ ଦେଶର ୭୧୧ଟି ଜିଲ୍ଲା, ୬୮୬୧ଟି ବ୍ଲକରେ ୩୩ ଲକ୍ଷ ସ୍ୱୟଂ ସହାୟକମାନେ ଆର୍ଥିକ ଲାଭ ପାଉଛନ୍ତି ।

ସମଗ୍ର ଦେଶରେ ମୋଟ ୩ ଲକ୍ଷ ୮୪ ହଜାର ମହିଳା ଗୋଷ୍ଠୀ ସମ୍ବଳ ବ୍ୟକ୍ତି (ସିଆରପି) କାମ କରନ୍ତି । ସେମାନଙ୍କ ଦରମା କେନ୍ଦ୍ର ସରକାର ଦିଅନ୍ତି । ମୋଟ ୧୧ ପ୍ରତିଶତ ସୁଧ ଛାଡ଼ରେ ୭% ହେଉଛି କେନ୍ଦ୍ର ସରକାରଙ୍କର, ୪% ହେଉଛି ରାଜ୍ୟ ସରକାରଙ୍କର । ଗତକାଲି ୧୨୫  କୋଟି ଋଣ ବାଣ୍ଟି କହିଲେ ନବୀନ ବାବୁ ଦେଉଛନ୍ତି । ହେଲେ ୧୨୫ କୋଟିରୁ କେନ୍ଦ୍ର 88 କୋଟି ଛାଡ଼ କରିଛି । ମାତ୍ର ୩୭ କୋଟି ଛାଡ଼ କରି ବିଜେଡ଼ି କହୁଛି ଆମେ କରିଛୁ । ରାଜ୍ୟ ସରକାର କହୁଛନ୍ତି ୭ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀ କରି ୭୦ ଲକ୍ଷ ମହିଳାଙ୍କୁ ସ୍ଵାବଲମ୍ବୀ କରିଛନ୍ତି । କିନ୍ତୁ ବାସ୍ତବରେ ବିଭାଗର ବାର୍ଷିକ ରିପୋର୍ଟ କହୁଛି, 7 ଲକ୍ଷ ନୁହେଁ ୮୫ ହଜାର ଏସଏଚଜି କାମରେ ନିୟୋଜିତ ଥିବା ବେଳେ ୫୯ ହଜାର ୪୯୪ ଏସଏଚଜି ରୋଜଗାରକ୍ଷମ ହୋଇପାରିଛନ୍ତି । ଅର୍ଥାତ ଏଠି ବି  ରାଜ୍ୟ ସରକାର ବିନା ସୁଧରେ ଏସଏଚଜି ମାନଙ୍କୁ ଋଣ ଦେଉଛନ୍ତି ବୋଲି ମିଛ ବାଃ ବାଃ ନେଉଛନ୍ତି । ବିଭାଗୀୟ ସଚିବ ସୁଜାତା କାର୍ତ୍ତିକେୟନ ରିପୋର୍ଟ ଦେଇ ପାରିବେ କି ? ଏଠି ୨୩ ବର୍ଷର ସ୍ଥିର ସରକାର ହେଲେ ବିଚଳିତ ମନ । ଏହା ହୀନ ମାନ୍ୟତାର ପରିଚୟ । ମାଗଣା ଚାଉଳ, ଆବାସ, ଜନନୀ ସୁରକ୍ଷା, ରାଉରକେଲାକୁ ବିମାନ ଉଡାଣ ପରି ଏଠି ବି ହୀନ ରାଜନୀତି । ଏହି ହିସାବକୁ ନେଇ ଗାଁ ଗାଁ, ପଡା ପଡାକୁ ଯିବ ବିଜେପି ମହିଳା ମୋର୍ଚ୍ଚା ।