ଶିତୁଆ ପାଗରେ ରାସ୍ତା ଉପରେ ଝୁମୁଛନ୍ତି ରାଜଧାନୀ ବାସିନ୍ଦା

ଭୁବନେଶ୍ୱର : ଆଜି ପଥୋତ୍ସବରେ ଝୁମିଛି ସାରା ଭୁବନେଶ୍ୱର । ଭୁବନେଶ୍ୱରର ଆଇଟି ନଗର କୁହଜୁଥିବା ଇନ୍ଫୋସିଟି ଓ ଶିଖରଚଣ୍ଡୀ ରାସ୍ତାରେ ପ୍ରଥମ ଥର ପାଇଁ ପାଥୋତ୍ସବ ଆୟୋଜନ କରାଯାଇଥିଲା | ଶିଖରଚଣ୍ଡୀ ପାହାଡର ପାଦ ଦେଶରେ ଯାଇଥିବା ଏହି ରାସ୍ତା ନାଚ ଗୀତ ବିଭିନ୍ନ ପ୍ରତିଯୋଗିତାରେ କମ୍ପିଥିଲା | ପୁରୁଷ ହକି ବିଶ୍ୱକପ ଓଡିଶା ଆୟୋଜନ କରୁଥିବରୁ ଏହି ପଥୋତ୍ସବରେ ହକି ବିଶ୍ୱକପ ନେଇ ଚିତ୍ରାଙ୍କନ ଝୋଟି ସହ ହକି ସଚେତନତା ବାର୍ତ୍ତା ବିଭିନ୍ନ ଅନୁଷ୍ଠାନ ଓ ବିଏମସି ପକ୍ଷରୁ ଦିଆଯାଇଥିଲା | ଏହା ସହ ଲୋକଙ୍କ ସମାବେଶରେ ସକାଳ 6ରୁ ଦିନ 9.30 ପର୍ଯ୍ୟନ୍ତ ଏହି ପଥୋତ୍ସବକୁ ଭରପୁର ମଜା ନେଇଥିଲେ ଦର୍ଶକ | ଏହି ପଥୋତ୍ସବରେ କେବଳ ନାଚ ଗୀତ ନୁହେଁ ବରଂ ସ୍ୱାସ୍ଥ୍ୟ ସଚେତନତା ଶିବିର , ଯୋଗ ପ୍ରଦର୍ଶନ , ଫୁଡ ଷ୍ଟଲ, ରେସିଙ୍ଗ , ସାଇକେଲିଂ ପାଇଁ ମଧ୍ୟ ବ୍ୟବସ୍ତା କରାଯାଇଥିଲା |

ଭୁବନେଶ୍ୱରର ଶୀତୁଆ ସକାଳର ତାପମାତ୍ରା ପ୍ରାୟ 10 ଡିଗ୍ରୀ ଥିବା ବେଳେ ପଥୋତ୍ସବରେ ଦର୍ଶକଙ୍କ ମଧ୍ୟରେ 100 ଡ଼ିଗ୍ରୀର ଜୋସ ଦେଖିବାକୁ ମିଳିଥିଲା | ଏହି କାର୍ଯ୍ୟକ୍ରମରେ ବିଏମସି , କମିଶନର , ମେୟର , ସମସ୍ତ କର୍ପୋରେଟର ଉତ୍ତର ବିଧାୟକ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସମେତ ଭୁବନେଶ୍ୱରବାସୀ ଯୋଗ ଦେଇଥିଲେ |