କେନ୍ଦୁଝର(ବିଜୟ କୁମାର କାରୁଆ):-କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତରଫ ରୁ ଆଗାମୀ ଜାନୁଆରୀ ୧୩ତାରିଖ ଓଡିଶା ରେ ଦ୍ଵିତୀୟ ଥର ବିଶ୍ୱକପ ହକି ଖେଳ ଅନୁଷ୍ଠିତ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବିନୀ ପଟ୍ଟନାୟକ ନେତ୍ୱତରେ ସାରା ରାଜ୍ୟର ସହର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ବିଶ୍ୱକପ ହକି ଟ୍ରଫି କୁ ପହଞ୍ଚାଇ ପାଇଁ ସ୍ୱତନ୍ତ୍ର ଏକ ଟ୍ରଫି କୁ ଭ୍ରମଣ କରାଯାଉଛି । ଏହି ଟ୍ରଫି କୁ ପାଟଣା ବ୍ଲକର ତୁରୁମୁଙ୍ଗା ଠାରେ ବିଶାଳ ଶୋଭାଯାତ୍ରାରେ ସ୍ଥାନୀୟ ସ୍କୁଲ ଛାତ୍ରଛାତ୍ରୀ ଜନସାଧରଣ ଓ ବିଜେଡି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଥିଲା । ଏହି ଅବସରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଙ୍କ ସହ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ,ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ ଉପସ୍ଥିତ ରହି ବିଶ୍ୱକପ ଟ୍ରଫିକୁ ଚମ୍ପୁଆ ଏସଡିପିଓ ସୁନାରାମ ମୁର୍ମୁ ଓତୁରୁମୁଙ୍ଗା ପୋଲିସ ସୁରକ୍ଷା ରେ ମୟୁରଭଞ୍ଜ ସୀମାନ୍ତ ଛଡ଼େଇଭୋଳ ଠାରେ ପ୍ରଶାସନିକ ଅଧିକାରୀ ଙ୍କୁ ଟ୍ରଫି ହସ୍ତାନ୍ତର କରାଯାଇ ଥିଲା ।