ସୌମ୍ୟ ପାଣିଗ୍ରାହୀ ଆତ୍ମହତ୍ୟା ମାମଲା: ଆସିଲା ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ବହୁଚର୍ଚ୍ଚିତ ସୌମ୍ୟ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଗଲା । କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ୩ ମାସ ଭିତରେ ତଦନ୍ତ ଶେଷ କରିବା ପାଇଁ କ୍ରାଇମବ୍ରାଞ୍ଚ ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୨ ୩୦ ଜାନୁଆରୀରେ ଆତ୍ମହତ୍ୟା କରିଥିଲେ ସୌମ୍ୟରଞ୍ଜନ । ପ୍ରେମିକା ସୋନାଲିଙ୍କ ନାଁ ସୁଇସାଇଡ ନୋଟରେ ରହିଥିଲେ ବି ଏଯାଏଁ ପୋଲିସ ପଦକ୍ଷେପ ନେଇ ନଥିଲା । ଏ ନେଇ ସୌମ୍ୟଙ୍କ ପରିବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ସୋନାଲି ଓ ତାଙ୍କ ମାଆଙ୍କ ନାମରେ ୩୦୬ ଓ ୩୪ ଆଇପିସିରେ ମାମଲା ରୁଜୁ କରିଥିଲା ପୋଲିସ ।