ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଓଡିଶା : ଆଜି ହେଉଛି ପବିତ୍ର ପୌଷ୍ୟ ପୂର୍ଣ୍ଣିମା । ଏହି ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସୂତନ୍ତ୍ର ନୀତି କାନ୍ତି । ଶ୍ରୀଜିଉଙ୍କର ଆଜି ହେବ ଦେବାଭିଷେକ ନୀତି । ଶ୍ରୀମନ୍ଦିରରେ କାହିଁ କେତେ କାଳରୁ ଏହି ପୌଷ୍ୟ ପୂର୍ଣ୍ଣିମା ପରଂମରା ଅନୁଷ୍ଠିତ ହୋଇ ଆସୁଛି । ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନନ୍ୟ ଯାତ୍ରା ହେଉଛି ଦେବାଭିଷେକ ନୀତି । ଏହି ଯାତ୍ରାରେ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁଙ୍କୁ ଅଭିଷେକ କରାଯିବ । ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିବେ ।
ଏହାପରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । କିରିଟ, କୁଣ୍ଡଳ,ଶ୍ରୀପୟର, ଶ୍ରୀଭୁଜ, ହରିଡ଼ାମାଳ, ବାହାଡା ମାଳ,ସେବତୀମାଳ, ଆଡ଼କାନି, ଚନ୍ଦ୍ର ସୂର୍ୟ୍ୟ ଆଦି ବିବିଧ ପ୍ରକାର ସ୍ଵର୍ଣ ଅଳଙ୍କାରରେ ମହାପ୍ରଭୁ ରାଜରାଜେଶ୍ୱର ବେଶରେ ବିଭୂଷିତ ହୋଇ ଭକ୍ତ ଜନଙ୍କୁ ଦର୍ଶନ ଦେବେ । ଏହି ବେଶକୁ ଦେଖିବାକୁ ଭକ୍ତ ମାନଙ୍କ ଭିଡ ଜମୁଛି । ମହାପ୍ରଭୁଙ୍କ ଏହି ଅନନ୍ୟ ଯାତ୍ରାକୁ ଭକ୍ତ ମାନେ ଦର୍ଶନ କଲେ ଜନ୍ମ ଜନ୍ମାନ୍ତର ପାପକ୍ଷୟ ହୁଏ ବୋଲି ବିଶ୍ୱାସ କରାଯାଏ ।