୪ଥର ହୋଇଥିବା ବିଧାୟକ ଜୟ ନାରାୟଣ ବ୍ୟାସଙ୍କ ବିଜେପି ଦଳରୁ ଇସ୍ତଫା

4-time MLA Jai Narayan Bas has resigned from the BJP

ଗୁଜୁରାଟ : ବିଜେପିକୁ ବଡ ଝଟ୍‌କା । ଦଳର ବରିଷ୍ଠ ନେତା ତଥା ୪ଥର ହୋଇଥିବା ବିଧାୟକ ଜୟ ନାରାୟଣ ବ୍ୟାସ ଦଳରୁ ଦେଇଛନ୍ତି ଇସ୍ତଫା । ଦିର୍ଘ ୨୫ ବର୍ଷ ଧରି ବିଜେପିରେ ସ୍ତାୟୀ ରହିଥିବା ନେତା ଆଜି ହାତ ଛାଡିଛନ୍ତି । ତେଣୁ ଗୁଜୁରାଟରେ ବିଧାନ ସଭା ନିର୍ବାଚନ ପୁର୍ବରୁ ବିଜେପି ବଡ ଅସୁବିଧାର ସମ୍ମୁଖିନ ହୋଇଛି । କେବଳ ସେତିକି ନୁହେଁ, ଆମ୍ ଆଦାମୀ ପାର୍ଟୀ ଅଥବା କଂଗ୍ରେସରେ ଯୋଗ ଦେଇ ପାରନ୍ତି ପୁର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ନାରାୟଣ ବ୍ୟାସ । ଯାହାକୁ ନେଇ ଏବେ ସସପେନ୍ସ ବଢୁଛି । ଖବର ଅନୁଯାୟୀ ବ୍ୟାସ କହିଛନ୍ତି ଯେ, ମୁଁ ବିଜେପିରେ ରହିି ଖୁସି ନଥିଲି ।

ମୁଁ ସେଥିପାଇଁ ଦଳରୁ ଇସ୍ତଫା ଦେଉଛି । ମୁଁ ସବୁ ବିକଳ୍ପକୁ ନିଜ ପାଇଁ ଖୋଲା ରଖିଛି । ଯେଉଁ ବି ଦଳରେ ମୁଁ ଯୋଗଦେଲେ ସିଦ୍ଧପୁରୁ ବିଧାନସଭା ଆସନରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବି । ଅନ୍ୟପଟେ କଂଗ୍ରେସର ଜଣେ ନେତା ସ୍ୱିକାର କରିଛନ୍ତି ଯେ ଜୟ ନାରାୟଣ ବ୍ୟାସ ଦଳର ନେତୃତ୍ୱଙ୍କ ସହ ଆଲୋଚନା କରୁଛନ୍ତି । ବ୍ୟାସ ସିଦ୍ଧପୁର ବିଧାନସଭା ଆସନରୁ ଟିକେଟ ଚାହୁଁଛନ୍ତି । କେବଳ ସେଥିଲାଗି ଦଳସହ ଯୋଗାଯୋଗରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ସିଦ୍ଧପୁର ବିଧାନସଭା ଆସନରୁ ସବୁଠାରୁ ଲୋକପ୍ରିୟ ନେତା ଅଟନ୍ତି। ସେ ସିଦ୍ଧପୁରରେ ୭ଥର ପ୍ରତିଦ୍ୱନ୍ଦ୍ୱିତା କରି ୪ଥର ବିଜୟୀ ହୋଇଛନ୍ତି । ତେବେ ବ୍ୟାସଙ୍କ ପାଇଁ ଦୁଇଟି ଦଳର ରାସ୍ତା ଥିବା ବେଳେ ସେ କେଉଁ ଦଳର ହାତ ଧରିବେ ତାହା ଦେଖିବାକୁ ବାକି ରହିଲା ।