ଓଡିଶା: ଶ୍ରମିକଙ୍କ ପାଇଁ ଆସିଲା ଖୁସି ଖବର । ରାଜ୍ୟ ସରକାର ବଢାଇଲେ ଶ୍ରମିକଙ୍କ ମଜୁରି । ସରକାର କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାରିଶ୍ରମିକ ବଢାଇଛନ୍ତି। ଶ୍ରମିକଙ୍କ ଦୈନିକ ମଜୁରୀ ୭ଟଙ୍କା ବୃଦ୍ଧି ପାଇଥିବାବେଳେ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ମଧ୍ୟ ବୃଦ୍ଧି କରାଯାଇଛି। ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୩୨୬ରୁ ୩୩୩ଟଙ୍କା ହୋଇଥିବାବେଳେ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୧୬ରୁ ୪୨୩କୁ ବୃଦ୍ଧି ପାଇଛି। ସରକାରଙ୍କ ଏପରି ପଦକ୍ଷେପକୁ ସବୁ ମହଲରେ ସ୍ୱାଗତ କରାଯାଇଛି ।