ଆରପାରିରେ ବିଶିଷ୍ଟ ନାଟ୍ୟକାର ଅକ୍ଷୟ କୁମାର ମହାନ୍ତ

ଭୁବନେଶ୍ୱର : ବିଶିଷ୍ଟ ନାଟ୍ୟକାର ଅକ୍ଷୟ କୁମାର ମହାନ୍ତିଙ୍କ ଆଜି ସକାଳ ୭ଟା ସମୟରେ ପରଲୋକ ହୋଇଯାଇଛି । କେବଳ ସେ ଜଣେ ନାଟ୍ୟକାର ନୁହଁନ୍ତି ବରଂ ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ଅଧିକାରୀ ଓ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଲେଖକ ଏବଂ ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦର ମୁଖ୍ୟ ତଥା ଇ ଟିଭିର ବରିଷ୍ଠ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ମଧ୍ୟ ।ଆଜି ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହେବ ।

ପ୍ରକାଶ ଥାଉକି ଅବସର ପରେ ସ୍ୱର୍ଗତ ମହାନ୍ତି ଓଡ଼ିଆ ଦୃଶ୍ୟମାନ ସାହିତ୍ୟ ଉପରେ ଡଃ ହରିହର କାନୁନଗୋଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗବେଷଣା କରି ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । ଭୁବନେଶ୍ୱର, ନୀଲାଦ୍ରି ବିହାର ସ୍ଥିତ ତାଙ୍କ ବାସ ଭବନରେ ତାଙ୍କ ଦେହାନ୍ତ ହୋଇଛି । ତେବେ ତାଙ୍କ ମୃତ୍ୟୁ ବେଳେକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ଗଭୀର ଶୋକର ଛାୟା ଖେଳିଯାଇଛି ।