ଶ୍ରୀଲଙ୍କା: ଶ୍ରୀଲଙ୍କାରେ ଦିନକୁ ଦିନ ଅବସ୍ଥା ଖରାପ ହେବାରେ ଲାଗିଛି। ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷସେଙ୍କ ପଳାୟନ ପରେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନରେ ପଶି ବିକ୍ଷୋଭ କରୁଛନ୍ତି। ତେବେ ଗତ ତିନି ମାସ ଧରି ଶ୍ରୀଲଙ୍କାରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଏପରି ପରିସ୍ଥିତି ପ୍ରଥମେ ୧ ଏପ୍ରିଲ ୨୦୨୨ରୁ ଆରମ୍ଭ ହୋଇଥିଲା। ସଂପ୍ରତି ହଜାର ହାଜର ବିକ୍ଷୋଭକାରୀ ରାସ୍ତା ଉପରେ ବିକ୍ଷୋଭ କରୁଛନ୍ତି। ତେବେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନରେ ପଶି ସୁଇମିଂ ପୁଲରେ ସ୍ନାନ କରିବା ସହ ରୋଷେଇ ଓ ଶୟନ କକ୍ଷରେ ପଶି ଉପଭୋଗ କରୁଥିବା ଦେଖିବାକୁ ମିଳୁଛି। ଶ୍ରୀଲଙ୍କାର ସଂକଟଜନକ ପରିସ୍ଥିତି ଗତ ତିନିମାସ ତଳୁ ଆରମ୍ଭ ହୋଇଥିଲା।
ଶ୍ରୀଲଙ୍କା ସଙ୍କଟମୟ ପରିସ୍ଥିତି ଉପରେ ଆସନ୍ତୁ ଜାଣିବା
୧ ଏପ୍ରିଲ ୨୦୨୨: ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷସେ ଅସ୍ଥାୟୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ବିକ୍ଷୋଭକାରୀଙ୍କୁ ଗିରଫ କରିବା ଲାଗି ସୁରକ୍ଷା କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
୩ ଏପ୍ରିଲ ୨୦୨୨: ବିଳମ୍ବିତ ରାତ୍ରିରେ ଜରୁରୀ ବୈଠକ ପରେ ଶ୍ରୀଲଙ୍କା ସରକାରଙ୍କ ସମୂର୍ଣ୍ଣ କ୍ୟାବିନେଟ ଇସ୍ତଫା ଦେଇଥିଲେ। ଏଥି ସହିତ ଗୋଟବାୟା ରାଜପାକସେ ଏବଂ ତାଙ୍କ ପରେ ମହିନ୍ଦା ରାଜପାକ୍ଷସେ ଅଲଗା ହୋଇଗଲେ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ଏକ ଜାମିନ ପ୍ୟାକେଜ ଦାବି କରି କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ମଧ୍ୟ ପରଦିନ ଇସ୍ତଫା ଦେଇଛନ୍ତି।
୫ ଏପ୍ରିଲ ୨୦୨୨: ଅଲି ସାବ୍ରି ଅର୍ଥମନ୍ତ୍ରୀ ହେବାର ଗୋଟିଏ ଦିନ ପରେ ଇସ୍ତଫା ଦେବା ପରେ ଗୋଟବାୟାଙ୍କ ଲାଗି ସମସ୍ୟା ସୃଷ୍ଟି ହୋଇଥିଲା।
୧୦ ଏପ୍ରିଲ ୨୦୨୨: ଜୀବନ ରକ୍ଷାକାରୀ ଔଷଧ ଶେଷ ହେବାକୁ ଯାଉଛି ବୋଲି ଶ୍ରୀଲଙ୍କାର ଡାକ୍ତରମାନେ ସରକାରଙ୍କୁ ଚେତାବନୀ ଦେଇଥିଲେ। ସରକାରଙ୍କ ପକ୍ଷରୁ ଯଦି କୌଣସି ବଡ ପଦକ୍ଷେପ ନିଆଯାଏ କରୋନା ମହାମାରୀ ଭଳି ମୃତ୍ୟୁ ସଂଖ୍ୟା ଅଧିକରୁ ଅଧିକ ହେବ ବୋଲି ଚେତବାନୀ ଦେଇଥିଲୋ।
୧୨ ଏପ୍ରିଲ ୨୦୨୨: ସରକାର ବିଦେଶରୁ ୫୧ ଅରବ ଡଲାର ଋଣ କରିଥିଲେ। ଦେଶରେ ବିଦେଶୀ ମୁଦ୍ରାର ଅଭାବ ଥିବାରୁ ଋଣ ଖିଲାପ ହୋଇଥିବା ନେଇ ସରକାର ଘୋଷଣା କରିଥିଲେ।
୧୯ ଏପ୍ରିଲ ୨୦୨୨: ସରକାର ବିରୋଧୀ ବିକ୍ଷୋଭର ପ୍ରଥମ ସପ୍ତାହରେ ପ୍ରତିଶୋଧ ପରାୟଣ ପୂର୍ବକ ସୁରକ୍ଷା କର୍ମୀଙ୍କ ଦ୍ୱାରା ଜଣେ ବିକ୍ଷୋଭକାରୀଙ୍କୁ ହତ୍ୟା କରାଯାଇଥିଲା।
୧୦ ମଇ ୨୦୨୨: ଲୁଟପାଟ ଓ ହତ୍ୟା ଉଦ୍ୟମ କରୁଥିବା ଲୋକଙ୍କୁ ଗୁଳି କରି ମାରିଦେବାକୁ ଶ୍ରୀଲଙ୍କା ପ୍ରତିରକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
୧୦ ଜୁନ୍ ୨୦୨୨: ଶ୍ରୀଲଙ୍କାରେ ଖାଦ୍ୟ ସଙ୍କଟ ନେଇ ମିଳିତ ଜାତିସଂଘ ପକ୍ଷରୁ ଶ୍ରୀଲଙ୍କାକୁ ଚେତାବନୀ ଦିଆଯାଇଥିଲା। ଦେଶର ତିନି ଚତୁର୍ଥାଂଶ ଲୋକ ଅର୍ଦ୍ଧାହାରରେ ରହିବା ଆରମ୍ଭ କରିଥିଲେ। କାରଣ ସେଠାରେ ଖାଦ୍ୟ ଓ ପାନୀୟର ଅଭାବ ପରିଲକ୍ଷିତ ହୋଇଥିଲା।
୨୭ ଜୁନ ୨୦୨୨: ଶ୍ରୀଲଙ୍କାରେ ଇନ୍ଧନ ସରିଯିବା ପରେ ଅତ୍ୟାବଶ୍ୟକ ସାମଗ୍ରୀର ବିକ୍ରି ସହିତ ପୋଟ୍ରୋଲ ବିକ୍ରି ମଧ୍ୟ ବନ୍ଦ ହୋଇଯାଇଥିଲା।
୧ ଜୁଲାଇ ୨୦୨୨: ସରକାର କ୍ରମାଗତ ୯ ମାସ ପାଇଁ ମୁଦ୍ରାସ୍ପତୀ ରେକର୍ଡ ଭାଙ୍ଗି ତଥ୍ୟ ପ୍ରକାଶ କରିଛନ୍ତି। ଜୁନ ମାସରେ ମୁଦ୍ରାସ୍ପତି ୫୪.୬ ପ୍ରତିଶତରେ ପହଞ୍ଚିଛି ଏବଂ ଆଗାମୀ ଦିନରେ ଏହା ୭୦ ପ୍ରତିଶତରେ ପହଞ୍ଚିପାରେ ବୋଲି ଆକଳନ କରାଯାଇଛି।
୯ ଜୁଲାଇ ୨୦୨୨: ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷସେଙ୍କ ଦେଶରୁ ପଳାୟନ। ରାଷ୍ଟ୍ରପତି ଭବନରେ ପଶି ବିକ୍ଷୋଭକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ।
ତେବେ ଅନେକ ସମୟରେ ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ଅନେକ ପ୍ରକାର ସହାୟତା ପ୍ରଦାନ କରାଯାଇଛି। ନିକଟରେ ଭାରତରେ ଷ୍ଟକ ଥିବା ୟୁରିଆ ସମେତ ପେଟ୍ରୋଲ ସାମଗ୍ରୀ ଶ୍ରୀଲଙ୍କାକୁ ପଠାଯାଇଛି। କିନ୍ତୁ ଦେଶର ପରିସ୍ଥିତିରେ କୌଣସି ପ୍ରକାର ସୁଦ୍ଧାର ଆସୁନଥିବା ଜଣାପଡିଛି।