୧୦ ବର୍ଷ ଜେଲ ଦଣ୍ଡ ଭୋଗିବେ ବାହୁବଳୀ ବିଧାୟକ

ଆରଜେଡିର ବାହୁବଳି ବିଧାୟକ ଅନନ୍ତ ସିଂହଙ୍କୁ ବିହାରର ଲଦମା ସ୍ଥିତ ନିଜର ପୈତୃକ ବାସଭବନରେ ଏକେ-୪୭ ଓ ଗ୍ରେନେଡ୍ ରଖିବାର ମାମଲାରେ କୋର୍ଟ ୧୦ ବର୍ଷର ସଜା ଶୁଣାଇଛନ୍ତି।

(ପାଟଣା) : ଆରଜେଡିର ବାହୁବଳି ବିଧାୟକ ଅନନ୍ତ ସିଂହଙ୍କୁ ବିହାରର ଲଦମା ସ୍ଥିତ ନିଜର ପୈତୃକ ବାସଭବନରେ ଏକେ-୪୭ ଓ ଗ୍ରେନେଡ୍ ରଖିବାର ମାମଲାରେ କୋର୍ଟ ୧୦ ବର୍ଷର ସଜା ଶୁଣାଇଛନ୍ତି। ଏମପି-ଏମଏଲଏ କୋର୍ଟ ଏହି କେସ୍‌ରେ ନିଜର ରାୟ ଦେଇଛନ୍ତି। ମୋକମାର ବିଧାୟକ ଅନନ୍ତ ସିଂହ ଏବେ ପାଟନାର ବେଉରୁ ଜେଲ୍‌ରେ ଅଛନ୍ତି।

 

 ଏକେ-୪୭ ଓ ହାଣ୍ଡ ଗ୍ରେନେଡ ରଖିବା ମାମଲାରେ ମଙ୍ଗଳବାର ପାଟନାରେ ଅନନ୍ତ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ଜେଲ ଦଣ୍ଡାଦେଶ ପ୍ରଦାନ କରାଯାଇଛି। ବିହାରର ବାହୁବଳୀ ବିଧାୟକ ଭାବରେ ଜଣାଶୁଣା ଅନନ୍ତ ସିଂହଙ୍କ ବିରୋଧରେ ଚାଲିଥିବା ଏହି ମାମଲାକୁ ବିହାର ସରକାରଙ୍କ ବିଶେଷ ମାମଲା ଶ୍ରେଣୀରେ ରଖିଥିଲେ।

 

ଏହି ମାମଲାରେ ଶୁଣାଣି ବେଳେ ନିଯୁକ୍ତ ସ୍ବତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ୧୩  ପୋଲିସ  କର୍ମଚାରୀଙ୍କୁ କୋର୍ଟରେ  ହାଜର କରିଥିଲେ। ସେଭଳି ଅନ୍ୟପକ୍ଷେ ଅନନ୍ତ ସିଂହଙ୍କ ପକ୍ଷରୁ ୩୩ ସାକ୍ଷୀ ହାଜର କରାଯାଇଥିଲା। ଦୁଇପକ୍ଷର ଶୁଣାଣି ସୋମବାର ଶେଷ ହୋଇଥିଲା, ଏହାପରେ କୋର୍ଟ ନିଜର ରାୟ ଶୁଣାଇଥିଲେ।