ଦିଲ୍ଲୀ:ସୁପ୍ରିମକୋର୍ଟ ବିଚାରପତି ମୁକେଶ କୁମାର ରସିକଭାଇ ଶାହାଙ୍କର ହିମାଞ୍ଚଳ ପ୍ରଦେଶରେ ହାର୍ଟ ଆଟାକ୍ ହୋଇଛି । ତାଙ୍କୁ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନସ ଯୋଗେ ଦିଲ୍ଲୀ ପଠାଯାଇଛି । ଏନେଇ ସୁପ୍ରିମକୋର୍ଟର ସିନିୟର ଆଡଭୋକେଟ୍ ତଥା ବିଜେପି ଜାତୀୟ ମୁଖପାତ୍ର ଗୈାରଭ ଭାଟିଆ ଟୁଇଟ୍ କରି କହିଛନ୍ତି । ସେ ଶୀଘ୍ର ସୁସ୍ଥ ହେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛ ବୋଲି ସେ ଟ୍ୱିଟ କରିଛନ୍ତି। ସେ ୧୫ ମଇ ୨୦୨୩ ରେ ଅବସର ନେବାକୁ ଯାଉଛନ୍ତି।