୨୦ରେ ରିଲିଜ ହେବ ଫିଲ୍ମ ‘ସାବାସ୍ ମିଠୁ’ର ଟ୍ରେଲର୍
ଘୋଷଣା ହେଲା ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅପ୍କମିଙ୍ଗ ଫିଲ୍ମ ‘ସାବାସ୍ ମିଠୁ’ର ଟ୍ରେଲର୍ ରିଲିଜ୍ ତାରିଖ ମିଳିଛି
(ମୁମ୍ବାଇ) : ଘୋଷଣା ହେଲା ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅପ୍କମିଙ୍ଗ ଫିଲ୍ମ ‘ସାବାସ୍ ମିଠୁ’ର ଟ୍ରେଲର୍ ରିଲିଜ୍ ତାରିଖ । ଫିଲ୍ମରେ ତାପସୀ ଭାରତୀୟ କ୍ରିକେଟର୍ ମିତାଲି ରାଜ୍ଙ୍କ ଭୂମିକାରେ ନଜର ଆସିବେ । ତାପସୀ ଓ ଫିଲ୍ମମେକର୍ ‘ସାବାସ୍ ମିଠୁ’ର ଟ୍ରେଲର୍ ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏଥିସହ ଫିଲ୍ମର ଏକ ନୂଆ ପୋଷ୍ଟର୍ ମଧ୍ୟ ଶେୟାର କରିଛନ୍ତି ।

‘ସାବାସ୍ ମିଠୁ’ର ଟ୍ରେଲର୍ ଆସନ୍ତା ଜୁନ୍ ୨୦ ତାରିଖରେ ମୁକ୍ତିଲାଭ କରୁଛି । ଖେଳ ବଦଳିଗଲା, ଦୃଷ୍ଟିଭଙ୍ଗୀ ବଦଳାନ୍ତୁ ।’ ତାହିର ରାଜ ଭାସିନଙ୍କ ସହ ଫିଲ୍ମ ‘ଲୁପ୍ ଲପେଟା’ରେ ଶେଷ ଥର ପରଦାରେ ନଜର ଆସିଥିଲେ ତାପସୀ । ଏହା ପୂର୍ବରୁ ଫିଲ୍ମ ‘ରଶ୍ମି ରକେଟ୍’ରେ ସେ ଜଣେ ଆଥ୍ଲେଟ୍ ଭୂମିକା ନିର୍ବାହ କରିଥିଲେ ।

ସୂଚନାନୁଯାୟୀ , ୮ ବର୍ଷ ବୟସରେ କ୍ରିକେଟ୍ ଦୁନିଆର କିମ୍ବଦନ୍ତୀ ତାରକା ହେବାକୁ ସ୍ୱପ୍ନ ଦେଖୁଥିବା ମିତାଲିଙ୍କ ଯାତ୍ରା ବିଷୟରେ ଫିଲ୍ମରେ ବର୍ଣ୍ଣନା କରାଯାଇଛି । ‘ସାବାସ୍ ମିଠୁ’ରେ ମିତାଲିଙ୍କ ୨୩ ବର୍ଷର କ୍ରିକେଟ୍ ଯାତ୍ରାକୁ ତାପସୀ ପରଦାରେ ନିଜର ଆଭିମୁଖ୍ୟ ଦେଖାଇବେ । ଫିଲ୍ମର ଏକ ନୂଆ ପୋଷ୍ଟର ଶେୟାର କରି ସେ ଉଲ୍ଲେଖ କରିଛନ୍ତି ‘ଜଣେ କ୍ୟାପ୍ଟେନ୍ କେବଳ ଜଣେ ଖେଳାଳି ନ ଥିଲେ, ବରଂ ଜଣେ ପ୍ରେରଣା ଥିଲେ ।