ପୁଲୱାମାରେ ଆତଙ୍କୀ ହମଲା, ସ୍ୱତନ୍ତ୍ର ପୁଲିସ୍ ଅଫିସର ସହିଦ
ପୁଣିଥରେ ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କଲେ ଆତଙ୍କବାଦୀ
(ଜମ୍ମୁ-କଶ୍ମୀର) : ପୁଣିଥରେ ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କଲେ ଆତଙ୍କବାଦୀ। ଏହି ଆତଙ୍କୀ ହମଲାରେ ଜମ୍ମୁ-କଶ୍ମୀରର ଜଣେ ସ୍ୱତନ୍ତ୍ର ପୁଲିସ୍ ଅଫିସର ସହିଦ ହୋଇଛନ୍ତି। ଜମ୍ମୁ-କଶ୍ମୀର ପୁଲିସ୍ ଟ୍ୱିଟ କରି ଏହି ସୂଚନା ଦେଇଛି।

ଆଜି ସକାଳେ ଆତଙ୍କବାଦୀମାନେ ଏହି ଅଫିସରଙ୍କ ଘରେ ପଶି ଗୁଳିମାଡ଼ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
Injured Police Constable Reyaz Ahmad Thoker #succumbed to his injuries at hospital & attained #martyrdom. We pay rich #tributes to the #martyr & stand by his family at this critical juncture.@JmuKmrPolice https://t.co/SKKXWWd0hW
— Kashmir Zone Police (@KashmirPolice) May 13, 2022
ସୂଚନାନୁଯାୟୀ, ସହିଦ ଅଫିସର ଜଣଙ୍କ ହେଲେ ରିୟାଜ ଅହମଦ ଥୋକେର। ତାଙ୍କ ଘର ପୁଲୱାମା ଅନ୍ତର୍ଗତ ଗୁଦୋରା ଗାଁରେ। ଆଜି ସେ ଘରେ ଥିବା ବେଳେ ହଠାତ୍ କିଛି ବନ୍ଧୁକଧାରୀ ଆତଙ୍କବାଦୀ ହମଲା କରିଥିଲେ। ତାଙ୍କ ଦେହରେ ଏକାଧିକ ଗୁଳି ବାଜିଥିଲା। ତୁରନ୍ତ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଙ୍କ ସତ ଚେଷ୍ଟା ସତ୍ତ୍ୱେ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। କଶ୍ମୀର ଜୋ ପୁଲିସ୍ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛି।