ବ୍ୟୁରୋ:ଏ ଦୁନିଆ ବଡ ଅଜବ । ଏଠି ସବୁ ହେଉଛି ରହସ୍ୟମୟ । ଏ ଦୁନିଆରେ ରହିଛି ଅନେକ କଥା ଅନେକ କାହାଣୀ ଯାହା ଉପରୁ ଏବେବି ପରଦା ଉଠିନାହିଁ । କିନ୍ତୁ ବୈଜ୍ଞାନିକମାନେ ଅନେକ ରହସ୍ୟରୁ ପରଦା ହଟେଇଥିବା ବେଳେ ଆଉ କିଛି ଏବେବି ରହସ୍ୟମୟ ହୋଇ ରହିଛି । ଦୁନିଆରେ ଏମିତି ଅଜବ ଗଜବ ଗାଁ ରହିଛି ଯାହା ଶୁଣିଲେ ଆପଣମାନଙ୍କୁ ଆଶ୍ଚର୍ଯ୍ୟ କରିଦେବ । ପ୍ରଥମ ସେଠାକାର ମାହାତ୍ମ କଥା ଜାଣିଲେ ବିଶ୍ୱାସ କରିବା ଏତେ ସହଜ ହୋଇନଥାଏ ।
ଆଉ ମନରେ ପ୍ରଶ୍ନ ବି ଉଙ୍କିମାରୁଥିବ ନିଶ୍ଚୟ ଆସୁଥିବ ଏମିତି କେମିତି? ଆମେ ଆଜି ଆପଣକୁ ସେମିତି ଏକ ଗାଁ ବିଷୟରେ କହିବୁ ଯେଉଁଠି ୧୨ ବର୍ଷ ହୋଇଯିବ କେହି ପୁଅ ଜନ୍ମ ନେଉନାହାଁନ୍ତି । ଏଠି ଖାଲି ଜନ୍ମ ନେଉଛନ୍ତି ଖାଲି ଝିଅ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ କିନ୍ତୁ ଏହା ସତ । ପୋଲାଣ୍ଡର ମିଜାଏଜେକ୍ସିରେ ଏହି ଗାଁ ଯେଉଁଠାରେ ୧୨ ବର୍ଷ ଜନ୍ମ ହେଉଛନ୍ତି ଖାଲି ଝିଅ । ପୁଅ ଗୋଟେ ବି ଜନ୍ମ ହୋଇନାହିଁନ୍ତି । ଏ କଥା ଜାଣିବା ପରେ ସାଧାରଣ ଲୋକ ଖାଲି ନୁହେଁ ବୈଜ୍ଞାନିକ ମାନେ ବି ବିଶ୍ୱାସ କରିପାରୁନାହାଁନ୍ତି । ଏ ଗାଁରେ ଏଭଳିି କାହିଁକି ଘଟୁଛି ତାହା ଜଣାପଡୁନାହିଁ । ଯେଉଁଥିପାଇଁ ଗ୍ରାମବାସୀ ଚିନ୍ତାରେ । କାରଣ ଏହାର ସମାଧାନର ବାଟ ବାହାରି ପାରୁନାହିଁ । ୨୦୧୯ ରେ ସେଠାକାର ମେୟର ଏକ ଆଶ୍ଚର୍ଯ୍ୟ ଘୋଷଣା କରିଥିଲୋ ।
ମେୟର କହିଥିଲେ ଗାଁରେ ଯାହାର ପୁଅ ଜନ୍ମ ନେବ ତେବେ ତାଙ୍କୁ ଉପହାର ଦିଆଯିବ । ଯେତେବେଳେ ବୈଜ୍ଞାନିକମାନେ ଏ ବିଷୟରେ ଜାଣିଲେ ସେତେବେଳେ ଏହାର ଅନୁସନ୍ଧାନ କରିଥିଲେ କିନ୍ତୁ ବହୁତ ଅନୁସନ୍ଧାନ ପରେ ମଧ୍ୟ ସେ କୌଣସି ପ୍ରକାରର ତଥ୍ୟ ପାଇନାହାଁନ୍ତି । ତେବେ କେବଳ ବୈଜ୍ଞାନିକମାନେ ନୁହେଁ ସମ୍ବାଦିକମାନେ ବି ଗବେଷଣା କରିଥିଲେ ।
ବର୍ତ୍ତମାନ ପର୍ଯ୍ୟନ୍ତ ଏ ଗାଁର ରହସ୍ୟ ଜଣା ପଡିନାହିଁ । ଏ ଅଜବ ଗାଁରେ ୩୦୦ ଲୋକେ ବସବାସ କରୁଛନ୍ତି । ଏ ଗାଁ ବିଷୟରେ ପ୍ରଥମେ ଜାଣିଥିଲେ ଅଗ୍ନିଶମ ବିଭାଗ । ଏ ଗାଁର ପ୍ରତିଯୋଗିତା ହୋଇଥିଲେ ।ସେଠାରେ ଖାଲି ଝିଅ ଭାଗ ନେଇଥିଲେ ସେବେଠୁ ହିଁ ଏ ଗାଁ ବିଷୟରେ ଜାଣିଥିଲେ । ଆଉ ସେବେଠୁ ଏ ଗାଁ ଚର୍ଚ୍ଚାରେ ରହିଆସିଛି ।