ସକାଳୁ ସକାଳୁ ଭକ୍ତଙ୍କ ପାଇଁ ଖୋଲିଲା କେଦାରନାଥ ମନ୍ଦିର ଦ୍ୱାର
ଗତକାଲି କେଦାର ବାବାଙ୍କର ଉତ୍ସବ ଡୋଲି ସନ୍ଧ୍ୟାରେ ଗୌରୀକୁଣ୍ଡରୁ ବାହାରି କେଦାରନାଥରେ ପହଞ୍ଚିଛି ।
(ଉତ୍ତରାଖଣ୍ଡ) : ଗତକାଲି କେଦାର ବାବାଙ୍କର ଉତ୍ସବ ଡୋଲି ସନ୍ଧ୍ୟାରେ ଗୌରୀକୁଣ୍ଡରୁ ବାହାରି କେଦାରନାଥରେ ପହଞ୍ଚିଛି । ଆଜି (ଶୁକ୍ରବାର) ଅର୍ଥାତ୍ ସକାଳ ୬.୨୫ଟାରେ ମନ୍ଦିରର କବାଟ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ଦିଆଯାଇଛି ।

କବାଟ ଖୋଲିବାକୁ ନେଇ ପ୍ରଶାସନ ଏବଂ ମନ୍ଦିର ସମିତି ପକ୍ଷରୁ ପୂରା ପ୍ରସ୍ତୁତି କରାଯାଇଛି । କବାଟ ଖୋଲିବା ପୂର୍ବରୁ ମନ୍ଦିରକୁ ୧୫ କ୍ୱିଣ୍ଟାଲ ଫୁଲରେ ସଜ୍ଜା ଯାଇଛି ।

ସୂଚନାନୁଯାୟୀ , ଗତ ୨ ମଇରେ ଭଗବାନ କେଦାରଙ୍କର ଡୋଲି ପଞ୍ଚକେଦାର ଗଦ୍ଦିସ୍ଥଳ ଓଙ୍କାରେଶ୍ୱର ମନ୍ଦିର ଉଖିମଠରୁ କେଦାରପୁରୀ ପାଇଁ ବାହିରି ଥିଲା । କାଲି ସକାଳ ଗୌରୀକୁଣ୍ଡରୁ କେଦାରନାଥ ଧାମ ପାଇଁ ପ୍ରସ୍ଥାନ କରିଛି । ଉତ୍ସବ ଡୋଲି ଯାତ୍ରାରେ ଶହ ଶହ ସଂଖ୍ୟାରେ ଭକ୍ତ ମଧ୍ୟ ସାଥିରେ ଚାଲୁଥିଲେ ।