(କେନ୍ଦ୍ରାପଡ଼ା) : ଆଖି ବୁଜିଲେ ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନ । ସେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବରିଷ୍ଠ ବିଜେପି ନେତା ଥିଲେ । ସୋମବାର ସନ୍ଧ୍ୟାରେ ଭୁବନେଶ୍ଵରର କ୍ୟାପିଟାଲ ହସ୍ପିଟାଲରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।
ବିଜୟଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥୀବ ଶରୀରକୁ ବିରାଟ ଶୋଭାଯାତ୍ରାରେ ମହାକାଳପଡ଼ା ନିର୍ବାଚନ ମଣ୍ଡଳିର ବିଭିନ୍ନ ଗାଁ ପରିକ୍ରମା କରାଯାଇଥିଲା । ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ମହାକାଳପଡା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ସୂଚନାନୁଯାୟୀ, ବିଜୟ ପ୍ରଧାନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅନୁଗତ୍ୟ ଥିଲେ । ସେ ୨୦୨୯ରେ ବିଜେପିରେ ଯୋଗ ଦେଇ ମହାକାଳପଡା ନିର୍ବାଚନ ମଣ୍ଡଳିରୁ ପ୍ରାର୍ଥୀ ହୋଇ ବିଧାୟକ ଅତନୁ ସବ୍ୟାସଚି ନାୟକଙ୍କ ଠାରୁ ପରାଜୟ ବରଣ କରିଥିଲେ ।