ପୁରୀ : ଗତକାଲି ଅପରାହ୍ନ ସମୟ, ଏମିତି କିଛି ଘଟିଗଲା ଯାହା ଜଗନ୍ନାଥ ଇତିହାସରେ ହୁଏତ ପ୍ରଥମ ଥର ପାଇଁ ଘଟିଥିବ । ଶ୍ରୀମନ୍ଦିର ଗୁମୁଟ ଉପରୁ ଜଣେ କିନ୍ନର ଡେଇଁ ନିଜ ଜୀବନ ହାରି ଦେଲେ । ଆଉ ଏହାପରେ ରକ୍ତ ରଞ୍ଜିତ ହେଲା ଶ୍ରୀମନ୍ଦିର ପରିସର । କୁହନ୍ତି ଚକା ଆଖି ସବୁ ଦେଖୁଛି । ହେଲେ ଯାହା ସେ କେବେ କଳ୍ପନା ବି କରି ନଥିବ ଶେଷରେ ତାକୁ ବି ଦେଖିଲା । କାନ ଉଠିବା ଦିନଠୁ ଏପରି କେହି ବି ଶୁଣି ନଥିବେ । କାଳିଆର ଦୁଆରେ ଚାଲିଗଲା ଜଣେ କିନ୍ନରଙ୍କ ଜୀବନ । ମୃତ କିନ୍ନର ଜଣକ ହେଉଛନ୍ତି ବଳରାମ ରାଉତ ।
ଏଠି ପ୍ରଶ୍ନ ଉଠୁଛି । ଯେଉଁ ଗୁମୁଟ ଉପରକୁ ଚଢିବା କଥା କେହି ଭାବି ବି ପାରିବେନି ସେହି ଗୁମୁଟ ଉପରକୁ କିନ୍ନର ଜଣଙ୍କ ଚଢିଲେ କେମିତି? ସୁରକ୍ଷା କର୍ମୀ କରୁଥିଲେ କଣ? ଗୁମୁଟ ଉପରେ ଚଢିବା ବେଳେ କେମିତି ବାରଣ କଲେନି କର୍ମୀ ? ଏତେ ସୁରକ୍ଷ କର୍ମୀ ନିୟୋଜିତ ଥାଇ ମଧ୍ୟ କେମିତି ଜଣେ କିନ୍ନର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ପଡିଲେ? ତେବେ ଉକ୍ତ କିନ୍ନର କହିଁକି ଓ କେମିତି ଗୁମୁଟ ଉପରକୁ ଚଢିଲେ ତାହା କିଛି ଜଣାପଡିନାହିଁ । ଶ୍ରୀମନ୍ଦିରରେ କଡା ନିରାପତ୍ତା ଵ୍ୟଵସ୍ଥା ସତ୍ତ୍ୱେ ଏଭଳି ଅଘଟଣ ଘଟିବା ସାଧାରଣ ରେ ବିସ୍ମୟ ସୃଷ୍ଟି କରିଛି ।