ଶ୍ରୀଭାରତୀ କୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନରେ ଦେବାଶିଷ ଦାଶ

କେନ୍ଦୁଝର: କୁହାଯାଏ ଗୁରୁଜନଙ୍କ ଆଶୀର୍ବାଦ ଥିଲେ ସଫଳତା ସୁନିଶ୍ଚତ । କେନ୍ଦୁଝର ଜିଲ୍ଲା ପାଟଣା ସରସ୍ୱତୀ ଶିଶୁ ମନ୍ଦିର ତୃତୀୟ ଶ୍ରେଣୀ ଦେବାଶିଷ ଦାଶ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ନିଜ ପାଠପଢାର ପରିଶ୍ରମ ଆଜି ତାଙ୍କୁ ଏତେ କମ ବୟସରେ ଗଣିତ ପରୀକ୍ଷାରେ ସମଗ୍ର ରାଜ୍ୟ ପ୍ରଥମ ଗଣିତ ପ୍ରତିଭା ଭାବେ ପରିଚିତ କରିଛି ।

ଏହି ଅବସରରେ ଦେବାଶିଷ ଦାଶଙ୍କୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ପ୍ରଧାନ ଆଚାର୍ୟ୍ୟ ସତ୍ୟଜିତ ପ୍ରଧାନ ଅଧ୍ୟକ୍ଷତାରେ ଏକସଭା ଆୟୋଜନ କରାଯାଇ ମୁଖ୍ୟ ଅତିଥି ଭାବେ ପାଟଣା ବ୍ଲକଶିକ୍ଷା ଅତିରିକ୍ତ ଅଧିକାରୀ ସଚ୍ଚିଦାନନ୍ଦ ସେଠୀ, ସଭାପତି ଅରବିନ୍ଦ ଦାଶ,ରଜତ କୁମାର ଦାଶ ତଥା ଗୁରୁଜୀ,ଗୁରୁମା ଯୋଗଦାନ କରି ପୁଷ୍ପ ଗୁଚ୍ଛି ଦେଇ ସମର୍ଦ୍ଧିତ କରାଯାଇଛି । ଏହି ଗଣିତ ପ୍ରତିଭା ପରୀକ୍ଷାର ପ୍ରଥମ ସ୍ଥାନ ଗ୍ରହଣର ଶ୍ରେୟ ନିଜ ପିତାମାତା ତଥା ଗୁରୁଜୀ,ଗୁରୁମାଙ୍କୁ ଦେବାଶିଷ ଦେଇଛନ୍ତି ।