ବେଆଇନ ମଦ ବିକିବା ପଡିଲା ମହାଙ୍ଗା

କେନ୍ଦୁଝର : ଗାଁ ବେଆଇନ ମଦ ବିକ୍ରି ହେଲା କାଳ । ମଦ ବେପାରିଙ୍କୁ ମହିଳା ଦେଲେ ପାନେ । ମଦ ବେପାରୀଙ୍କୁ ଧରି ଚପଲରେ ମାଡ ମାରିବା ପରେ ଦେଶୀ ମଦ ପିଆଇଲେ ମହିଳା । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମରେ । ଯାହାକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା ଲାଗିରହିଛି । ଗାଁରେ ବେଆଇନ୍ ଭାବେ ମଦ ବିକ୍ରି ଚାଲିଥିବା ବେଳେ ପୁଲିସ ଚୁପ୍ ବସିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ତେଣୁ ବିଶ୍ୱନାଥପୁର ଗାଁ କଲ୍ୟାଣ ସମିତି ଓ ମହିଳା ଗୋଷ୍ଠୀର ସଦସ୍ୟମାନେ ବେଆଇନ୍ ମଦ କାରବାର ଉପରେ ଚଢାଉ କରୁଛନ୍ତି । ପ୍ରଥମେ ଏକ ବାଇକରେ ମଦ ବିକିବାକୁ ଦୁଇ ଜଣ ବ୍ୟକ୍ତି ଆସିଥିଲେ । ମହିଳାମାନେ ସେମାନଙ୍କୁ ଅଟକାଇବାରୁ ଆଉ ଏକ କାରରେ କିଛି ବ୍ୟକ୍ତି ସେମାନଙ୍କୁ ଉଦ୍ଧାର ପାଇଁ ଆସିଥିଲେ । ମହିଳାମାନେ ସମସ୍ତଙ୍କୁ ଧରି ନିସ୍ତୁକ ମାଡ ମାରିଥିଲେ । ଶେଷର ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମଦ ବେପାରୀଙ୍କୁ ଉତ୍ୟକ୍ତ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କରିଛି । ଏ ଭଳି ଯଦି ପୁଣି ହୁଏ ଆଉ ପୋଲିସ ନ ଶୁଣେ ଗ୍ରାମବାସୀ ଆଇନ କୁ ହାତକୁ ନେବେ ବୋଲି ପୋଲିସ କୁ ଚେତନା ଦେଇଛନ୍ତି ।