ନୂଆଦିଲ୍ଲୀ: ତାପମାତ୍ରା ବୃଦ୍ଧିର ସମସ୍ତ ରେକର୍ଡ ଭାଙ୍ଗିଲା ମାର୍ଚ୍ଚ । ୧୨୨ ବର୍ଷ ମଧ୍ୟରେ ମାର୍ଚ୍ଚ ପାଲଟିଛି ଭାରତର ସବୁଠୁ ଉତ୍ତପ୍ତ ମାସ । ମାର୍ଚ୍ଚ ମାସ ବେଳକୁ ହିଁ ଦେଶର ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ପହଞ୍ଚିଥିଲା । ତେବେ ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଭାରତରେ ସ୍ୱାଭାବିକ ଭାବେ ।ହି ତାପମାତ୍ରା ଦେଖାଯାଏ ନାହିଁ । ତେବେ ଚଳିତ ବର୍ଷ ମାର୍ଚ୍ଚ ୨୦୨୨ ରେ ମାସିକ ତାପମାତ୍ରା ହାରାହାରି ୩୩.୧ ଡିଗ୍ରୀ ରେକର୍ଡ କରାଯାଇଥିଲା । ଯାହାକି ୨୦୧୦ରେ ହାରାହାରି ୩୩.୦୯ ଡିଗ୍ରୀ ତାପମାତ୍ରାର ରେକର୍ଡ ଭାଙ୍ଗିଛିା
ତେବେ ମାର୍ଚ୍ଚ ମାସର ତାପମାତ୍ରା ଖୋଦ୍ ପାଣିପାଗ ବିଭାଗର ପୂର୍ବାନୁମାନକୁ ବି ଭୁଲ୍ ବୋଲି ସାବ୍ୟସ୍ଥ କରିଛି । ମାର୍ଚ୍ଚରେ କମ୍ ଗରମ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ମାର୍ଚ୍ଚ ମାସରେ ସ୍ୱାଭାବିକ ହାର ଠାରୁ ତାପମାତ୍ରା ହାରାହାରି ୧,୮୬ ଡିଗ୍ରୀ ଅଧିକ ରହିଥିବା ଆଇଏମଡି ବିଶ୍ଳେଷଣରୁ ଜଣାପଡିଛି ।ଦୀର୍ଘ ଦିନର ମରୁଡ଼ି ଉତ୍ତର ପଶ୍ଚିମ ଭାରତରେ ଉତପ୍ତ ପରିସ୍ଥିତି ସୃଷ୍ଟି କରିଛି ବୋଲି ଆଇଏମଡି ଅଧିକାରୀ କହିଛନ୍ତି। ତେବେ ମାର୍ଚ୍ଚ ମାସରେ ଥିବା ଗରମର ପ୍ରଭାବ ଏପ୍ରିଲ ମାସରେ ମଧ୍ୟ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଦ୍ୱାରା ପୂର୍ବାନୁମାନ କରାଯାଇଛି । ଏପ୍ରିଲ ୩ ରୁ ୬ ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ଉତ୍ତାପ ସୃଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଦେଶର ଅଧିକାଂଶ ସ୍ଥାନରେ ବୃଦ୍ଧି ପାଉଥିବା ତାପମାତ୍ରା ଲୋକଙ୍କୁ ହନ୍ତସନ୍ତ କରି ପକାଇଛି। ଲୋକମାନେ ନିଜ ଘର ଏବଂ ଅଫିସରୁ ବାହାରକୁ ଯିବାକୁ ଏଡ଼ାଉଛନ୍ତି ।ଅନ୍ୟପକ୍ଷେ ଭୁବିଜ୍ଞାନୀଙ୍କ ମତରେ ତାପମାତ୍ରା ବୃଦ୍ଧିର ଅନେକ କାରଣ ଥିବା ସମୟରେ ପରିବେଶ ନଷ୍ଟ ଏବଂ ଜଙ୍ଗଲ ନିଆଁ ତାପମାତ୍ରା ବୃଦ୍ଧିର ମୁଖ୍ୟ କାରଣ ସାଜିଛି ।