ଆଜି ବିଶ୍ୱ ଖାଉଟି ଅଧିକାର ଦିିବସ

ବ୍ୟୁରୋ– ପ୍ରତିବର୍ଷ ମାର୍ଚ୍ଚ ୧୫ ତାରିଖକୁ ବିଶ୍ୱ ଖାଉଟି ଅଧିକାର ଦିବସ ରୂପେ ପାଳନ କରାଯାଉଛି । ଗ୍ରାହକମାନଙ୍କୁ ସେମାନଙ୍କ ଆବଶ୍ୟକତା ଏବଂ ଅଧିକାର ସଂପର୍କରେ ସଚେତନ କରିବା ଏହାର ମୂଳ ଉଦ୍ଦେଶ୍ୟ । ୧୯୬୨ ମସିହା ।ମାର୍ଚ୍ଚ ୧୫ ତାରିଖରେ ଆମେରିକାର ତତ୍କାଳିଣ ରାଷ୍ଟ୍ରପତି ଜନ୍ ଏଫ୍ କେନେଡି ଏକ ସ୍ୱତନ୍ତ୍ର ବାର୍ତ୍ତା ମାଧ୍ୟମରେ ଗ୍ରାହକମାନଙ୍କ ସମ୍ମାନ ଏବଂ ଅଧିକାର ପ୍ରସଙ୍ଗରେ ଯୁକ୍ତି ଉପସ୍ଥାପନ କରିଥିଲେ । ଦ୍ରବ୍ୟର ନ୍ୟୁନ ଗୁଣବତ୍ତା ଏବଂ ସେବାର ଠିକ୍ ସୁବିଧା ନ ମିଳିବା ଗ୍ରାହକଙ୍କ ସମ୍ମାନହାନି କରିବା ସହ ସେମାନଙ୍କ ଅଧିକାରରୁ ବଞ୍ଚିିତ ନକରିବା ପାଇଁ କେନେଡି ଦାବି କରିଥିଲେ ।ଏହାର ଠିକ୍ ୨୧ ବର୍ଷ ପରେ ୧୯୮୩ ମସିହା ।ଠାରୁ ପ୍ରତ୍ୟେକ ବର୍ଷ ଏହି ସିନରେ ବିଶ୍ୱସ୍ତରୀୟ ଆଲୋଚନା ଚକ୍ର ଆୟୋଜନ କରାଯାଇଛି । ସବୁ ବର୍ଷ ପରି ୨୦୨୨ ରେ ମଧ୍ୟ ଏକ ସ୍ୱତନ୍ତ୍ର ପ୍ରସଙ୍ଗ ନେଇ ଏହି ଦିବସ ପାଳନ କରାଯାଇଛି । ୨୦୨୨ ର ବିଷୟବସ୍ତୁ ହେଉଛି “ନିରପେକ୍ଷ ଡିଜିଟାଲ ଫାଇନାନ୍ସ’ ୨୦୨୪ସୁଦ୍ଧା ଡିଜିଟାଲ ବ୍ୟାଙ୍କିଙ୍ଗ ଉପଭୋକ୍ତା ସଂଖ୍ୟା ୩୬୦ କୋଟି ଅତିକ୍ରମ୍ୟ କରିବାକୁୁ ଯାଉଛି ।ଡିଜିଟାଲ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏଭଳି ଅପ୍ରତ୍ୟାଶିତ ବିପ୍ଲବକୁ ଦୃଷ୍ଟିରେ ରଖି ଏହାକୁ ଆଲୋଚନା ପରିସରଭୁକ୍ତ କରାଯାଇଛି । ସଂପ୍ରତି କୋଭିଡ ମହାମାରୀ ପାଇଁ ଅନ୍ତର୍ଜାତୀୟ ବଜାର କ୍ଷତିଗ୍ରସ୍ତ ହୋଇାଥିବାବେଳେ ଅନଲାଇନରେ ହେଉଥିବା ଆର୍ଥିକ କାରବାରରେ ଗ୍ରାହକମାନଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ତଥା ଆର୍ଥିିକ ଅନଲାଇନରେ ହେଉଥିବା ଆର୍ଥିକ କାରବାରରେ ଗ୍ରାହକମାନଙ୍କ ବ୍ୟକ୍ତିଗତ ତଥ୍ୟର ଖାଉଟି ଅଧିକାରକୁ ଦୃଷ୍ଟିରେ ରଖି ସୁରକ୍ଷିତ ଡିଜିଟାଲ ବଜାର ତଥା ସଚେତନତା ଅପରିହାର୍ଯ୍ୟ । ଏସମ୍ପର୍କିତ ପ୍ରଥମ ବବିଶ୍ୱସ୍ତରୀୟ ସଚେତନତା ଅଭିଯାନରେ ଏଥର ପ୍ରାୟ ୧୦୦ ଟି ଦେଶ ଏବଂ ୨୦୦ ଖାଉଟି ସଂଘ ଅଂଶଗ୍ରହଣ କରୁଛନ୍ତି ।