ଏ ନ ଏସିର ପରିବର୍ତ୍ତନ ଓ ବିକାଶ ଯୋଜନା ନେଇ ନିର୍ବାଚନ ଲଢୁଛନ୍ତି ସରିତା !

0

ଗୋପ(ଜୟନ୍ତ କୁମାର ସେଠୀ)– ପୈାରନିର୍ବାଚନକୁ ନେଇ ପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ।ତେବେ କୋଣାର୍କ ଏନଏସିରେ ମଧ୍ୟ ପ୍ରାର୍ଥୀଙ୍କ ଭୀତରେ ଜୋରଦାର ଲଢେଇ ଚାଲିଛି । ଚଳିତ ପୌର ନିର୍ବାଚନ ରେ କୋଣାର୍କ ଏନଏସି ରେ ୧୦ ଜଣ ପ୍ରାର୍ଥୀ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ୁଛନ୍ତି। ୧୦ ଜଣ ପ୍ରାର୍ଥୀ ଙ୍କ ଭିତରେ ୬ ଜଣ ସ୍ଵାଧୀନ ପ୍ରାର୍ଥୀ ରହିଛନ୍ତି। ଚଳିତ ପୌର ନିର୍ବାଚନ ରେ କୋଣାର୍କ ଏନ ଏସି ର ଅଧ୍ୟକ୍ଷ ପଦ ପାଇଁ ସ୍ଵାଧୀନ ପ୍ରାର୍ଥୀ ଭାବେ ପାଣି ଜାହାଜ ଚିନ୍ହ ରେ ଲଢ଼ୁଥିବା ସରିତା ଧଳ ଜଣେ ଉଚ୍ଚ ଶିକ୍ଷିତା ପ୍ରାର୍ଥୀ ରହିଛନ୍ତି । ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ କୋଣାର୍କ ର ଏନ ଏ ସି ର ଅନେକ ପରିବର୍ତ୍ତନ ଓ ବିକାଶ ଯୋଜନା ନେଇ ନିର୍ବାଚନ ଲଢ଼ୁଛନ୍ତି। ସେ ଘରକୁ ଘର ବୁଲି ନିଜ ସପକ୍ଷରେ ପ୍ରଚାର କରୁଛନ୍ତି । କୋଣାର୍କ ଭୋଟର ବେଶ ସଚେତନ ଓ ଶିକ୍ଷିତ ହୋଇ ଥିବା ରୁ ତାଙ୍କୁ ଭୋଟର ଙ୍କ ସମର୍ଥନ ମିଳିବ ବୋଲି ଆଶା ରଖିଛନ୍ତି।