ଗଞ୍ଜାମ:ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ରାଜନୀତି ସରଗରମ୍ ହେବା ସହ ଅସାମାଜିକ କାର୍ଯ୍ୟକଳାପ ବଢିଚାଲିଛି । ଏହାକୁ ଦମନ କରିବା ସହ ଅପରାଧ ଓ ଅପରାଧୀମୁକ୍ତ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱ ଦେଉଛି ପୋଲିସ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳରେ ପୋଲିସ ପ୍ରଶାସନ ପକ୍ଷରୁ ସଚେତନତା ଫ୍ଲାଗ୍ମାର୍ଚ୍ଚ କରାଯାଇଛି ।ଛତ୍ରପୁର ଆରକ୍ଷୀ ଅଧୀକ୍ଷକ ପି.କେ ଦଳାଇ,ଆସିକା ଏସ୍ଡିପିଅ ଉମାଶଙ୍କର ସିଂ, ପାଟପୁର ଥାନାଅଧିକାରୀ ସବ୍ୟସାଚୀ ମଲ୍ଲ,ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଏହି ଫ୍ଲାଗ୍ମାର୍ଚ୍ଚର ନେତୃତ୍ୱ ନେଇଥିଲେ । ସାନଖେମୁଣ୍ଡିର ଆଡ଼ପଡ଼ା, କୈଠବେଢା, ପଥରପୁଞ୍ଜି, ଡେଙ୍ଗାଡି, କଉଡିଆ,କଙ୍କୋରଡା ଅଞ୍ଚଳରେ ପାଟପୁର ଓ ହିଞ୍ଜିଳି ପୋଲିସ ପକ୍ଷରୁ ଫ୍ଲାଗ୍ମାର୍ଚ୍ଚ କରାଯାଇ ନିର୍ବାଚନ ସର୍ମ୍ପକରେ ଲୋକଙ୍କୁ ସଚେତନ କରାଯାଇଛି ।