ରାଜକୀୟ ସମ୍ମାନରେ ହେବ ସହିଦ ବରୁଣଙ୍କ ଅନ୍ତିମ ସଂସ୍କାର

କୁନ୍ନୁର: କୁନ୍ନୁର ଚପ୍ପର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବରୁଣ ସିଂହ ଶେଷରେ ଦେହତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ଜୀବନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ବରୁଣ ସିଂହଙ୍କର ଦେହାନ୍ତ ହୋଇଛି । ତେବେ ଆସନ୍ତାକାଲି ରାଜକୀୟ ସମ୍ମାନ ସହିତ ଭୋପାଲରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଏଥି ସହ ସମ୍ମାନ ନିଧି ବାବଦରେ ସହିଦଙ୍କ ପରିବାରକୁ ଏକ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ।

1st Major Tejas Mid-Air Scare Wins Pilot Shaurya Chakra

ସେ ଅଦ୍ଭୁତ ଓ ଅଦ୍ୱିତୀୟ ଯୋଦ୍ଧା ଥିଲେ। ସେ ଆଗରୁ ମଧ୍ୟ ମୃତ୍ୟୁକୁ ମାତ ଦେଇଥିଲେ। କିନ୍ତୁ ଏବେ ସେ ଆମ ମଧ୍ୟରେ ନାହାନ୍ତି। ତାଙ୍କର ଅନ୍ତିମ ସଂସ୍କାର ରାଜକୀୟ ଓ ସୈନ୍ୟ ସମ୍ମାନ ସହ ହେବ। ତାଙ୍କ ପରିବାର ପୁରା ଦେଶର, ପୁରା ରାଜ୍ୟର ପରିବାର। ପ୍ରତ୍ୟେକ ଭାରତବାସୀ ପରିବାର ସହ ଛିଡା ହୋଇଛନ୍ତି। ବୀର ଯୋଦ୍ଧାଙ୍କୁ କେବଳ ସମ୍ମାନ ସହ ବିଦା କରାଯିବନି ବରଂ ତାଙ୍କ ସ୍ମୃତିକୁ ବଞ୍ଚାଇ ରଖିବାକୁ ପରିବାର ସହ ଆଲୋଚନା କରି ସଂସ୍ଥାର ନାମ ଓ ପ୍ରତିମା ସ୍ଥାପନା ପାଇଁ ବିଚାର କରାଯିବ। ଶହୀଦଙ୍କ ପରିବାରକୁ ଏକ କୋଟି ଟଙ୍କା ସମ୍ମାନ ନିଧି ଦିଆଯିବ। ବରୁଣ ସିଂହଙ୍କ ପାର୍ଥିବ ଶରୀର ଅପରାହ୍ନରେ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୋପାଲ ଅଣାଯାଇ ଏୟାରପୋର୍ଟ ରୋଡ଼ ସ୍ଥିତ ଇନ୍ନର କୋର୍ଟ କଲୋନୀ ନିଆଯିବ। ସେଠାରେ କ୍ୟାପଟେନଙ୍କ ପିତା ଅବସରପ୍ରାପ୍ତ କର୍ଣ୍ଣଲ କେପି ସିଂହ ରୁହନ୍ତି। ପାର୍ଥିବ ଶରୀର ସେଠାରେ ଅଧା ଘଣ୍ଟା ରଖାଯିବ। ପରିବାର ସଦସ୍ୟଙ୍କ ଦର୍ଶନ ପରେ ପାର୍ଥିବ ଶରୀର ଇନ୍ଦ୍ରପ୍ରସ୍ଥ ପାର୍କ ନିଆଯିବ। ସେନା ପ୍ରୋଟୋକଲ ଅନୁଯାୟୀ ଅନ୍ତିମ ଦର୍ଶନ ବ୍ୟବସ୍ଥା କରାଯାଇଛି। ଅନ୍ତିମ ସଂସ୍କାର ଶୁକ୍ରବାର ସକାଳ ୧୧ଟା ରୁ ୧୨ଟା ମଧ୍ୟରେ କରାଯିବ।