ଭୁବନେଶ୍ୱର: ସବୁ ବାଦ ବିବାଦର ଘଟିଛି ଅନ୍ତ । ରାଜ୍ୟରେ ନୂଆ ଡିଜିପି ଭାବରେ ନିଯୁକ୍ତି ପାଇବେ ୧୯୮୭ ବ୍ୟାଚର ଜଣେ ବରିଷ୍ଠ ଆଇପିଏସ ଅଫିସର । ରାଜ୍ୟ ପୋଲିସର ନୂଆ ମୁଖିଆ ହେବେ ସୁନୀଲ ବଂଶଲ । ୧୯୮୭ ମସିହା ବ୍ୟାଚର ସୁନୀଳ ବଂଶଲଙ୍କ ନାଁରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆବର୍ଷରେ ନୂଆ ମୂଖିଆ ପାଇବ ଓଡିଶା ପୋଲିସ । ନୂଆ ଡିଜିପି ଭାବେ ଦାୟିତ୍ୱ ନେବେ ସୁନୀଲ ବଂଶଲ । ଡିଜିପି ଅଭୟଙ୍କୁ ରିପ୍ଲେସ କରିବେ ସୁନୀଳ ବଂଶଲ ।