କାର୍ତ୍ତିକ ମାସର ଶେଷ ସୋମବାର ବି ଖାଁ ଖାଁ ଧବେଳେଶ୍ଵର ପୀଠ
ଆଜି ହେଉଛି କାର୍ତ୍ତିକ ମାସର ଶେଷ ସୋମବାର ତଥା ପହିଲି ପଞ୍ଚୁକ ମଧ୍ୟ ।
(କଟକ) : ଆଜି ହେଉଛି କାର୍ତ୍ତିକ ମାସର ଶେଷ ସୋମବାର ତଥା ପହିଲି ପଞ୍ଚୁକ ମଧ୍ୟ । ଏହି ଦିନ ପ୍ରତ୍ୟେକ ବର୍ଷ ବାବା ଧବଳେଶ୍ଵରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ତେବେ ଚଳିତ ବର୍ଷ ମହାମାରୀ କରୋନା କାରଣରୁ ଭିଡ଼କୁ ଏଡାଇବାକୁ ଆଠଗଡ଼ ପ୍ରଶାସନ ପକ୍ଷରୁ ପୀଠରେ ୧୪୪ ଧାରା ଜାରି କରାଯାଇଛି।
ସୂଚନାନୁଯାୟୀ , ଅଁଳାନବମୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅର୍ଥାତ୍ ୧୨ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ଧବଳେଶ୍ୱର ପୀଠରେ ୧୪୪ ଧାରା ବଳବତ୍ତର ରହିବ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପଞ୍ଚକ ସମେତ ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପୀଠରେ ୧୪୪ ଧାରା ଜାରି କରିବା ସହିତ ଶ୍ରଦ୍ଧାଳୁ ଏବଂ ହବିଶ୍ୟାଳୀମାନଙ୍କୁ ପୀଠକୁ ନଆସିବା ପାଇଁ ବାରଣ କରାଯାଇଛି ।