ଆଜିଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି
ପଞ୍ଚୁକ ଯାତ୍ରାରେ ଭିଡ଼କୁ ଦୃଷ୍ଟିରେ ରଖି ଆଜିଠୁ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି କରିଛି ପ୍ରଶାସନ ।
(କଟକ) : ପଞ୍ଚୁକ ଯାତ୍ରାରେ ଭିଡ଼କୁ ଦୃଷ୍ଟିରେ ରଖି ଆଜିଠୁ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି କରିଛି ପ୍ରଶାସନ । ଅଁଳା ନବମୀରୁ ଆସନ୍ତା ୧୯ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । କରୋନା କଟକଣା ହେତୁ ଏପରି କରିଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ , ଅଁଳା ନବମୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ କଟକ ଜିଲ୍ଲା ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱରଙ୍କ ନିକଟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥାଏ । ଚଳିତବର୍ଷ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ହଜାର ହଜାର ଲୋକଙ୍କ ଗହଳି କାଳେ ସଂକ୍ରମଣ ବଢାଇବ ସେହି ଆଶଙ୍କାରେ ଅଁଳା ନବମୀରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପୀଠରେ ୧୪୪ ଧାରା ଜାରି କରାଯାଇଛି । ପୀଠ ମଧ୍ୟକୁ ରହିଥିବା ସମସ୍ତ ପ୍ରବେଶ ପଥକୁ ସିଲ କରାଯିବ । ସମସ୍ତ ସ୍ଥାନରେ ପୁଲିସ ଫୋର୍ସ ମୁତୟନ ରହିବେ ।