ନୂଆଦିଲ୍ଲୀ : ଅତୁଲ କରୱାଲ ଘଊଜୠ ଡିଜି ହୋଇଛନ୍ତି । କ୍ୟାବିନେଟର ନିଯୁକ୍ତି କମିଟିର ପ୍ରସ୍ତାବକୁ ଅନୁମୋଦନ କରିଛି ଗୃହ ମନ୍ତ୍ରଣାଳୟ । ଅତୁଲ କରୱାଲଙ୍କୁ ଏନ.ଡ଼ି.ଆର.ଏଫ ର ନୂଆ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି । ୧୯୮୮ ବ୍ୟାଚ୍ ଗୁଜରାଟ କ୍ୟାଡର ଓଚଝ ଅଫିସର ଅତୁଲ କରୱାଲ । କରୱାଲ ବର୍ତ୍ତମାନ ହାଇଦ୍ରାବାଦରେ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରୁଛନ୍ତି । ବର୍ତ୍ତମାନ NDRF ଡିଡି ଥିବା ସତ୍ୟନାରାୟଣ ପ୍ରଧାନଙ୍କଠାରୁ ଦାୟିତ୍ବ ନେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ, ଅତୁଲ କରୱାଲଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ।