କାନ୍ଥ ପଡି ୨ବର୍ଷର ଶିଶୁ ମୃତ

(କେନ୍ଦୁଝର) : କାନ୍ଥ ପଡି ଦୁଇ ବର୍ଷର ଶିଶୁ ମୃତ । ଖେଳୁଥିବା ସମୟରେ ଘଟିଛି ଏହି ଅଘଟଣ । ଏଷି ଅଘଟଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଗୋଳାବନ୍ଧ ଗାଁ ନାୟକ ସାହିରେ । ଶିଶି ଜଣକ ହେଲେ ସୌରଭ ମହାକୁଡ । ଘଟଣାରୁ ପ୍ରକାଶ ଶୁକ୍ରବାର ସକାଳେ ସୌରଭଙ୍କ ମା’ କୌଣସି କାମ ପାଇଁ ଗାଁ ନିକଟ ଜଗମୋହନପୁର ବଜାରକୁ ଯାଇଥିଲେ । ଘରେ କେହି ନଥିବା ବେଳେ ଛାଲୁ ମହାକୁଡଙ୍କ ଦୁଇ ବର୍ଷର ଶିଶୁ ସୌରଭ ମହାକୁଡ଼ ଘର ପାଖ ଦାଣ୍ଡରେ ଖେଳୁଥିଲେ । ଆଗରୁ ଛାଲୁ ମହାକୁଡଙ୍କ ଘର କାନ୍ଥ ଫାଟିଥିଲା । ସେହିଠାରେ ଶିଶୁଟି ଖେଳୁଥିବା ବେଳେ ହଠାତ୍ ତାଙ୍କ ଉପରେ କାନ୍ଥ ପଡିଯାଇଥିଲା ।ଏହି ଘଟଣା ଘଟିବା ପରେ ଏ ସମ୍ପର୍କରେ ପଡିଶା ଲୋକ ସୌରଭଙ୍କ ମା’ଙ୍କୁ ତୁରନ୍ତ ଖବର ଦେଇଥିଲେ । ମା’ ଘରେ ପହଞ୍ଚି ଗୁରୁତର ଅବସ୍ଥାରେ ସୌରଭଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତେଲକୋଇ ମେଡିକାଲକୁ ନେଇଥିଲେ । ତେବେ ମେଡିକାଲରେ ଡାକ୍ତର ସୌରଭଙ୍କୁ ମୃତ ଘୋଷଣା କରିଥିଲେ ।