ଢେଙ୍କାନାଳ: ଦୀପାବଳି ପାଇଁ ବାଣ ଭିଡ଼ିବା ବେଳେ ଅଘଟଣ । ହାତରେ ବାଣ ଫୁଟି ଯୁବକ ଗୁରୁତର ଆହତ । ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଅଞ୍ଚଳରେ ଘଟିଛି ଏହି ଅଘଟଣ। ଆହତ ଯୁବକ ହେଲେ ଯୋରନ୍ଦା ଅଞ୍ଚଳର ୩୮ ବର୍ଷୀୟ ଦିଗନ୍ତ ପ୍ରଧାନ। ମୁହଁ ଓ ହାତରେ ଗଭୀର ଆଘାତ।
ଆଜି ସକାଳେ ଦିଗନ୍ତ ବାଣ ଭିଡୁଥିଲେ। ଏହି ସମୟରେ ହାତରେ ହିଁ ଫୁଟି ଯାଇଥିଲା ବାଣ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଢେଙ୍କାନାଳ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି।