ରେଲୱେ ଟ୍ରାକରେ ପଡିଛି ମୃତଦେହ

ନୂଆପଡା: ରେଳ ଧାରଣାରୁ ମିଳିଛି ଏକ ଅଜଣା ଯୁବକଙ୍କ ମୃତଦେହ । ଟ୍ରେନ ତଳେ ଚାପି ହୋଇ ଶରୀର ଦୁଇ ଖଣ୍ଡ ହୋଇଯାଇଥିବା ଜଣାଯାଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ରେଲୱେ ପୋଲିସ ।

ଆଜି ସକାଳୁ ନୁଆପଡା ମୁରଳିବାହାଳି ଗାଁ ରେଲୱେ ଲେବଲ କ୍ରସିଂ ନିକଟରେ ଏଭଳି ଏକ ଘଟରା ଦେକିବାକୁ ମିଳିଛି । ଜଣେ ଅଜଣା ଯୁବକଙ୍କର ଶରୀର ଦୁଇ ଖଣ୍ଡ ହୋଇ ରେଳ ଧାରଣାରେ ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏହାପରେ ସେମାନେ ରେଲୱେ ପୋଲିସକୁ କବର ଦେବାରୁ ଟିଟିଲାଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ପଚରାଉଚରା କରିବାରୁ ମୃତଦେହଟି କୋମନା ଥାନା କାଣ୍ଡେତରା ଗାଁର ପୁସ୍ତମ ସତନାମୀ ବୋଲି ଜଣାପଡିଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ଜାଣିବାକୁ ପାଇଛି ପୋଲିସ ।

ପୁସ୍ତମ କାହିଁକି ଆତ୍ମହତ୍ୟା କରିଛନ୍ତି ନାଁ କେହି ତାଙ୍କୁ ହତ୍ୟା କରି ଟ୍ରେନ ଲାଇନରେ ଫିଙ୍ଗି ଦେଇଛି ସେ ନେଇ ପୋଲିସର ସନ୍ଦେହ ରହିଛି । ଘଟଣାର ତଦନ୍ତ ଏବେ ବି ଜାରି ରହିଥିବା ବେଳେ ଘଟଣାର ବିଭିନ୍ନ ଦିଗକୁ ନେଇ ପଚରାଉଚରା ଜାରି ରଖିଛି ରେଲୱେ ପୋଲିସ ।