କଟକ(ଜଗନ୍ନାଥ ମହାନ୍ତି): ଦଶହରାରେ ମା ଦୂର୍ଗା ମୂର୍ତ୍ତୀ ଉଚ୍ଚତା ଓ ଆବଦ୍ଧ ପୂଜାକୁ ନେଇ ସିଲଭର ସିଟିରେ ପ୍ରତିବାଦ କରାଯାଇଛି । ସହରର ସମସ୍ତ ସାମାଜିକ ସଂଗଠନ କଟକ ଚଣ୍ଡୀ ମନ୍ଦିର ସମ୍ମୁଖରେ ଶାନ୍ତିପୃଣ ପ୍ରତିବାଦ କରିଛନ୍ତି । ଏହି ପ୍ରତିବାଦରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ମଧ୍ୟ ନିଜକୁ ସାମିଲ ହୋଇଛନ୍ତି । ଆନ୍ଦୋଳନ କାରୀଙ୍କ ସହିତ ମିଶି ଚଣ୍ଡୀ ମନ୍ଦିର ସମ୍ମୁଖରେ ବସିବାସହ ସହ ଦୀପ ମା ଙ୍କ ଉଦ୍ଦେଶ୍ୟରେ ଦୀପ ଜାଳିଥିଲେ ବିଧାୟକ । ରାଜ୍ୟ ସରକାର ପୂଜାର ବିଧି ଏବଂ ଗାଇଡଲାଇନଉପରେ ପୁନର୍ବିଚାର ବିଚାର ନ କରିବା ଯାଏ ଏହି ପ୍ରତିବାଦ ଜରି ରହିବ ବୋଲି ଚେତାବନୀ ଦିଆଯାଇଛି ।