ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : Tokyo Olympicsର ଷଷ୍ଠ ଦିନରେ ଭାରତୀୟ ତୀରନ୍ଦାଜ ପ୍ରବୀଣ ଯାଦବ ବୁଧବାର ବିଶ୍ବର ଏକ ନମ୍ବର ତୀରନ୍ଦାଜ ବ୍ରାଡି ଏଲିସନଙ୍କ ଠାରୁ ପରାଜିତ ହୋଇଛନ୍ତି । ବିଶ୍ୱର ଏହି ନମ୍ବରଓ୍ବାନ ତୀରନ୍ଦାଜ ଠାରୁ ପରାଜିତ ହୋଇଥିବା ପ୍ରବୀଣଙ୍କ ଜୀବନକୁ ଜାଣିଲେ ଆମେ ଆଶ୍ଚର୍ଯ୍ୟ ହେବା । ପ୍ରବୀଣ ଯାଦବଙ୍କ ଦୈନିକ ଜୀବନ ଅଭାବ ଓ ଅନଟନ ଭିତରେ କଟୁଛି । ତାଙ୍କର ଅଲମ୍ପିକ ଯାତ୍ରା ଅଭାବ ମଧ୍ୟରେ ଆରମ୍ଭ ହୋଇଛି । ଯାଦବ ସାତରା ଜିଲ୍ଲାର ସାରଡେ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପ୍ରବୀଣଙ୍କ ଉଭୟ ପିତା ମାତା ଦିନ ମଜୁରିଆ ହୋଇଥିଲା ବେଳେ ଭଙ୍ଗା କୁଡିଆରେ ସେ ଏବେ ମଧ୍ୟ ରୁହନ୍ତି । ଏହି ଅଭାବ ଅନଟନ ତାଙ୍କୁ ଅଟକାଇ ପାରିନଥିଲା ପ୍ରବୀଣ କ୍ରୀଡାରେ ଯିବାକୁ କ୍ରୀଡା ଶିକ୍ଷକ ବିକାଶ ଭୁଜିବଳ ତାଙ୍କୁ ଉତ୍ସାହିତ କରିଥିଲେ ।