ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ଦିଲ୍ଲୀ ହାଇକୋର୍ଟ ସମାନ ନାଗରିକ ସଂହିତା (ୟୁନିଫର୍ମ ସିଭିଲ୍ କୋଡ୍) ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ପ୍ରତିଭା ଏମ.ସିଂହ ନିଜ ଶୁଣାଣିରେ କହିଛନ୍ତି ଯେ ଆଜିର ହିନ୍ଦୁସ୍ତାନ ଜାତି, ଧର୍ମ, ସମ୍ପ୍ରଦାୟରୁ ବହୁତ ଉପରକୁ ଉଠିସାରିଛି। ଆଧୁନିକ ହିନ୍ଦୁସ୍ତାନରେ ଜାତି-ଧର୍ମ ବାଧା ଧୀରେ ଧୀରେ ସରିଆସୁଛି। ଏହି ପରିବର୍ତ୍ତନ ଯୋଗୁଁ ବିବାହ ଓ ଛାଡପତ୍ର (ତଲାକ)ରେ ସମସ୍ୟା ସୃଷ୍ଟି ହେଉଛି। ଲୋକଙ୍କର ମାନସିକତା ବଦଳୁଛି ତେଣୁ ନାଗରିକତା ସଂଘିତା ଆଇନ ଉପରେ ସରକାର ଗୁରୁତ୍ୱ ଦେବା ଦରକାର ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ହିନ୍ଦୁ ବିବାହ ଆଇନ୍, ୧୯୫୫କୁ ନେଇ ଜଡିତ ମାମଲାର ଶୁଣାଣି କରିବାକୁ ଯାଇ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ପ୍ରତିଭା ଏମ୍ ସିଂହ ଏହା କହିଛନ୍ତି। ମିନା ସମୁଦାୟକୁ ନେଇ ଦୁଇ ପକ୍ଷଙ୍କ ମାମଲାର ଶୁଣାଣି କରିବା ବେଳେ ଉତ୍ପନ୍ନ ହୋଇଥିବା ଅସୁବିଧାକୁ ବିଚାର କରି କୋର୍ଟ ଏହା କହିଛନ୍ତି।