ବିଧାୟିକାଙ୍କ ଦ୍ୱାରା ବୃକ୍ଷ ରୋପଣ

(ହର ପ୍ରସାଦ ବିଷୋଇ / ଗଞାମ) ; ସାରା ଦେଶରେ କରୋନା ସୃଷ୍ଟି କରିଛି ଭୟଙ୍କର ସ୍ଥିତି ଜ୍ଝ ଏହି ସମୟରେ ଘୋର ସମସ୍ୟା ସୃଷ୍ଟି କରିଛି ଅମ୍ଳଜାନର ଅଭାବ ଜ୍ଝଏହାର ମୁଖ୍ୟତଃ କାରଣ ହେଉଛି ଜଙ୍ଗଲ ଅବକ୍ଷୟ ଜ୍ଝଏହି ପରିପ୍ରେକ୍ଷୀରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ସ୍ଥିତି ଅଗ୍ନିଶମ କେନ୍ଦ୍ର ଠାରେ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଜ୍ଝ ବିଧାୟିକା ଏହି କାର୍ୟ୍ୟକ୍ରମରେ ଯୋଗଦେଇ ଗଛ ଲଗାଇ ଛନ୍ତି ଜ୍ଝକୋଭିଡ ନିୟମ ପାଳନ କରି ମାସ୍କ ପରିଧାନ କରିବା ସହ ସାମାଜିଜ ଦୂରତା ରଖି ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଜ୍ଝପରିବେଶର ସୁରକ୍ଷା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ରହିଛି ବୋଲି ଏହି ଅବସରରେ ଯୋଗଦେଇ ବିଧାୟିକା ଆଲୋଚନା କରିଛନ୍ତି ଜ୍ଝ ଏହି ବୃକ୍ଷ ରୋପଣ କାର୍ୟ୍ୟକ୍ରମରେ ପ୍ରାୟ ୨୦ ଟି ଗଛ ଲଗାଇଛି ଜ୍ଝ ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏନଏସି କାର୍ୟ୍ୟ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ,କନିଷ୍ଠ ଯନ୍ତ୍ରୀ ଯତିନ୍ଦ୍ର ମୋହନ ବେହେରା,ସ୍ୱଛତା ବିଶେଷଜ୍ଞ ଚନ୍ଦ୍ର ମାରାଣ୍ଡିଙ୍କ ସମେତ ଏନଏସି ର ସମସ୍ତ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ ଜ୍ଝ