(ରଜନୀ କାନ୍ତ ପାତ୍ର / ହିଞିଳି) ; ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଟ୍ରକ ଦୁର୍ଘଟଣା।ଟ୍ରକଟି ରାୟଗଡା ରୁ ପେପର ଡଷ୍ଟ ନେଇ କଟକ ଅଭିମୁଖେ ଯାଉଥିବା ବେଳେ ତପ୍ତପାଣି ଘାଟିରେ ଘଟିଛି ଦୁର୍ଘଟଣା।ଘାଟି ରେ ବ୍ରେକ ଫେଲ ହୋଇ ଯିବାରୁ ଏଭଳି ଦୁର୍ଘଟଣା ଘଟିଛି।ଟ୍ରକ ଟି ରାସ୍ତା କଡ଼କୁ ଓଲଟି ପଡିଥିବା ବେଳେ ପୋଡ଼ାମାରି ଫାଣ୍ଡି ପୋଲିସ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚି ଆହତ ଡ୍ରାଇଭର ହେଲପର କୁ ଉଦ୍ଧାର ଦିଗପହଣ୍ଡି ମେଡ଼ିକାଲ ଭର୍ତ୍ତି।ଆହତ ମାନେ ହେଲେ ଡ୍ରାଇଭର ଅମୂଲ୍ୟ କୁମାର ଭୂୟାଁ,ହେଲପର ପ୍ରଶାନ୍ତ କୁମାର ଗଉଡ।