ବ୍ୟାଙ୍କ ଏକାଉଣ୍ଟରୁ ୫୭ ହଜାର ଟଙ୍କା ଗାଏବ,

(ସୁର୍ଯ୍ୟକାନ୍ତ ବେହେରା / ମାଲକାନଗିରି) ; ମାଲକାନଗିରି, ଓର୍କେଲ ଥାନା ଅନ୍ତର୍ଗତ ଏମଭି-୫୨ ଗ୍ରାମର ଏକ ମହିଳାଙ୍କର ଏଟିଏମ ରାସ୍ତାରେ ଯିବା ସମୟରେ କେଉଁ ହଜିଯିବା ପରେ ତାକୁ କୌଣସି ଅସାମାଜିକ ବ୍ୟକ୍ତି ଉଠାଇ ନେଇ ଜଣେ ମହିଳାଙ୍କ କାଉଣ୍ଟ ଖାତାରୁ ୬ ଥର ଏଟିଏମକୁ ବ୍ୟବହାର କରି ୫୭ ହଜାର ଟଙ୍କା ଲୁଟି ନେଇ ଥିବା ଓର୍କଲ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ତଦନ୍ତ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସକ୍ଷମ ହୋଇଛି ଜ୍ଝ ସେମାନଙ୍କ ଠାରୁ ଏଟିଏମ ଓ ନଗଦ ୫୭ ହଜାର ଟଙ୍କା ଜବତ ହେୀଇଛି ଜ୍ଝ ପ୍ରପ୍ତ ସୂଚନାରୁ ଜଣା ପଡିଛି ଯେ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନିଲାକାମ୍ବେରୁ ପଞ୍ଚାୟତ ନିକଟସ୍ଥ ଏମଭି-୫୨ ଗ୍ରାମର ଲଖି ବିଶ୍ବାସବାଲିମେଳରେ କୌସଣି କାର‌୍ୟ୍ୟରେ ତାଙ୍କ ସ୍ବାମୀ ସହ ଗତ ୩ତାରିଖରେ ଆସିଥିବା ବେଳେ ମୋଟର ସାଇକଲରେ ପେଟ୍ରୋଲ ପମ୍ପରେ ତେଲ ପକାଇ ଘରକୁ ଫେରିଥିଲେ ଜ୍ଝ ଘରକୁ ଫେରିବା ରାସ୍ତାରେ ଏଟିଏମଟି କେଉଁଠି ତାଙ୍କର ପଡିଯାଇଥିଲା ଜ୍ଝ ଏ ସଂପର୍କରେ ଲିଖି ଅବଗତ ନଥିବା ବେଳେ ସେହି ଦିନ କୋରୁକୋଣ୍ଡା ଏଟିଏମରୁ ୨ ଥର ଲେଖାଏଁ ୯,୫୦୦ ଟଙ୍କା ତାଙ୍କ ଏକାଉଣ୍ଟରୁ ଉଠାଣ ହୋଇଥିଲା ଜ୍ଝ ତାପରେ ସେ ଏଟିଏମ ଟି କେଉଁଠି ହଜିଯାଇଥିବା ଜାଣିବାକୁ ପାଇଥିଲେ ଜ୍ଝ ପୁନଶ୍ଚ ବୈପାରୀଗୁଡା ଏଟିଏମରୁ ୨ ଥର ଏବଂ ପେଟ୍ରୋଲ ପମ୍ପ ଏଟିଏମରୁ ୨ ଥର ୯,୫୦୦ ଟଙ୍କା ଲେଖାଏଁ ମୋଟ ୬ ଥରରେ ୫୭ ହଜାର ଟଙ୍କା ଉଠାଇ ଦୁର୍ବୃତ୍ତମାନେ ଲୁଟି ନେବାରେ ସଫଳ ହୋଥିଲେ ଜ୍ଝ ଏ ସଂପର୍କରେ ଲଖି ବିଶ୍ବାସ ଓର୍କେଲ ଥାନାରେ ଗତ ୫ ତାରିଖ ଦିନ ଲିଖିତ ଅଭିଯୋଗ କଲା ପରେ ପୋଲିସ ଅନୁସନ୍ଧାନ କରି ଆଜି୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଜ୍ଝ ସେମାନେ ହେଲେ କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଚିତାପାରୀ-୩ ପଞ୍ଚାୟତ ନିକଟସ୍ଥ ସଦାଶିବପୁର ଗ୍ରାମର ମହେଶ୍ବର ଖରା,ରାଜୀବ ଦାସ ଓ ସନିଆ ମଙ୍ଗୁ ଜ୍ଝ ଅଭିଯୁକ୍ତମାନେ ଏଟିଏମଟି ରାସ୍ତାରୁ ପାଇଥିବା ବେଳେ ସେଥିରେ କୋଡ ନମ୍ବର ଲେଖାଥିବାରୁ ଟଙ୍କା ଉଠାଇବାରେ ସକ୍ଷମହୋଇଥିଲେ ଜ୍ଝ ସେମାନଙ୍କ ଠାରୁ ପୋଲିସ ୫୭ ହଜାର ଟଙ୍କା ଏବଂ ଏମଟି ଜବତ କରିବା ସହ ୩ ଜଣ ଆସାମୀଙ୍କୁ ଓର୍କେଲ ପୋଲିସ କୋର୍ଟ ଚାଲାଣ କରିଛି ଜ୍ଝ